STORYMIRROR

Nihar ପ୍ରତିକ୍ଷିତ ନାୟିକା

Abstract Romance Thriller

4  

Nihar ପ୍ରତିକ୍ଷିତ ନାୟିକା

Abstract Romance Thriller

ଦୂର ଦିଗବଳୟ

ଦୂର ଦିଗବଳୟ

1 min
253


ଯେତେ ଯେତେ ତୁମ ପାଖକୁ ଯାଏ 

ସେତ ସେତ ଦୁରେଇ ଯାଅ କାହିଁକି 

ପ୍ରତି ଥର ମନ ମୋ ଭାଙ୍ଗେ 

କାଚ ଆଇନା ପରି 

ରକ୍ତ ଛିଟା ସାରା ମୋ ଚଟାଣ 

ପୁଣି ମନ କୁ ବୁଝେଇ 

ଯୋଡ଼େ ମୋ ଭଙ୍ଗା ମନ ।


ହଁ ଏଥର ନ ବୁଝିଲେ ପୁଣି ବୁଝିବ 

ଆର ଥରକୁ ବୋଲି 

ପୁଣି ସ୍ବପ୍ନ ବୁଣେ ରାତି ରାତି ସାରା 

ଆଖିକୁ ଅନିଦ୍ରା କରି 

ଚାନ୍ଦ ସାଥେ ଝଗଡା କରି 

ତାରା ସଙ୍ଗେ ଆଖି ମିଟିକା ମାରି 

ପୁଣି ଶବ୍ଦ ପରେ ଶବ୍ଦ ଯୋଡ଼େ 

ତୋ ମନ କୁ ଖୁସି କରିବା ପାଇଁ 

ପୁଣି ଗୀତ ଟିଏ ଗାଏ 

ଛନ୍ଦରେ ଛନ୍ଦ ମିଶେଇ 

ସୁର ତୋଳେ ମୋ ଶେଷ ଚେଷ୍ଟାର 

ସୀମା ଡେଇଁ ତାଳ ସଙ୍ଗେ ତାଳ ମିଶେଇ 

କିନ୍ତୁ ସବୁ ହୋଇ ଯାଏ ଭାଙ୍ଗୁର 

ଯେତେବେଳେ ପାଦେ ଆଡେଇ 

ଯାଉ ଚାଲି ପ୍ରତାରକ ପ୍ରେମିକ ପରି ।


କେମିତି ବୁଝେଇବି ତୋତେ 

ହୃଦୟର ରକ୍ତ ଢାଳି ପାଉଛି ଭଲ ତତେ 

କେମିତି ଲେଖିବି ମୋ ମନର ଭାବନା 

ଏ ହୃଦୟ ତୋ ପାଇଁ କେତେ ଆନମନା 

ସେ ସକାଳର ସୁନେଲି କିରଣ ପରି 

ସଜେଇଛି ତୋତେ ଏଇ ଅନ୍ତରେ 

କିନ୍ତୁ ପ୍ରତି ଥର କାହିଁକି ରୌଦ୍ର ହୋଇ 

ଜାଳି ଦେଉ ମୋ ଅନ୍ତର ପାଉଁଶ ହେବା ଯାଏ ।


ଇଛାର ଅଙ୍କା ବଙ୍କା ଭୂଇଁରେ ପୁଣି 

ଗଙ୍ଗା ପାଣି ସିଂଚି ଦିଏ 

ପାଉଁଶ ତଳୁ ପୁଣି ଗୋଟାଇ ଆଣେ 

ଅର୍ଦ୍ଧ ଦଗ୍ଧ ଛୋଟ ଛୋଟ ଆଶା ସବୁ 

ପୁଣି ପ୍ରଲେପ ଦିଏ ସାନ୍ତ୍ୱନାର ଚନ୍ଦନ 

ଲାଗେ ମିଶିଛି ତୋ ସଙ୍ଗେ ମୋ ଅନ୍ତର

ହେଲେ ପ୍ରତି ଥର ଭୁଲ ପ୍ରମାଣିତ କରି 

ହୋଇ ଯାଉ ତୁ ଠିକ ସେ 

ଦୂର ଦିଗବଳୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract