STORYMIRROR

Nihar ପ୍ରତିକ୍ଷିତ ନାୟିକା

Romance

3  

Nihar ପ୍ରତିକ୍ଷିତ ନାୟିକା

Romance

ଶେଫାଳି

ଶେଫାଳି

1 min
185


ଫୁଟିଛି ଘନ କାନନେ 

ସୁଗନ୍ଧ ଭରି ତନୁ ମନେ 

କ୍ଷଣିକ ଯେ ସୁମନ ଆୟୁଷ 

ତଥାପି ନାହିଁ ମନେ କ୍ଳେଶ 


କିଏ ସେ ପ୍ରେମିକା ଅଳି

ହେବ ତା ମନର ମାଳି

ଢାଳି ଦେବ ସୁଧା ସାର 

ବରିବ ଜୀବନେ ତାର 


ରାତିକ ସେ ତ ପ୍ରଣୟିନୀ 

ସୁଗନ୍ଧ ପୁଷ୍ପ ମୁଗ୍ଧ ମୋହିନୀ 

ଶ୍ୱେତ ରେଶମୀ ପୁଷ୍ପ ଦଳ 

ବାନ୍ଧିଛି ପ୍ରେମିକ ମନ ଦଳ 

 

ସୋହାଗେ କଟେ ରଜନୀ 

ସୂର୍ଯ୍ୟ ଆଗମନେ ଜାଣି 

ବିଦାୟ ମାଗେ ସେ ଗୁଣି 

ନୂଆ ଜୀବନେ ଫେରିବ ପୁଣି 


ସିକ୍ତ ନୟନେ ବିଦାୟ ପ୍ରିୟେ 

ଅପେକ୍ଷା ପୁଣି ତୁମ ପ୍ରିୟେ 

ବିରହେ କାଟିବ ରଜନୀ 

ତୁମ କଥା ଗୁଣି ଗୁଣି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance