STORYMIRROR

Nihar ପ୍ରତିକ୍ଷିତ ନାୟିକା

Inspirational Others Children

3  

Nihar ପ୍ରତିକ୍ଷିତ ନାୟିକା

Inspirational Others Children

ଅରୁଣିତା

ଅରୁଣିତା

2 mins
220


ଆଜିର ସକାଳଟା ବି ଅରୁଣିତା ପରି ହସୁଥିଲା

ମନ୍ଦ ମନ୍ଦ ଶୀତଳ ପବନ ବି ବହୁଥିଲା

ଗଛମାନଙ୍କର କଅଁଳିଆ ସବୁଜ ପତ୍ରକୁ ଛୁଇଁ ଛୁଇଁ

ସୁରୁଜର ସୁନେଲି କିରଣ ବିଛେଇ ପଡୁଥିଲା

ରାସ୍ତା ଧାରେ ଧାରେ ଚାଳରେ ପଲ୍ଲଵରେ

ଆଉ ସେ ଗାଁ ପୋଖରୀରେ ଡେଉଁ ଥିବା ମାଛ ଉପରେ


ଦେଖେ ନିତି ଦିନ ଅରୁଣିତାକୁ ଚାନ୍ଦପରି ମୁହଁ

ଜୀବନର ପାଞ୍ଚଟି ବସନ୍ତ ଅତିକ୍ରମି ଥିବା ଝିଅଟି

ସେ ଜାଣିନି ବସନ୍ତର ମାନେ କଣ?

ଗ୍ରୀଷ୍ମ ଋତୁର ଅସହ୍ୟ ଯନ୍ତ୍ରଣାର ଜ୍ୱାଳା କଣ?

ଘୁରି ବୁଲେ ନିତି ଦିନ ଖାମଖିଆଲି ପ୍ରଜାପତି ପରି

ହସୁ ଥାଏ ନିତି ନିତି ସଦ୍ୟ ଫୁଲର ପାଖୁଡା ପରି

ତାର ଛୋଟ ଛୋଟ ପାଦରେ ଦୌଡି ଦୌଡି ଚେଷ୍ଟା କରେ 

ଧରିବାକୁ ଉଡୁଥିବା ରଙ୍ଗ ବିରଙ୍ଗ ପ୍ରଜାପତିକୁ

ଗୋଡ଼ ଖେଣ୍ଡିଆ କରି କାନ୍ଦିଲେ ଶ୍ରାବଣ ବି ଅଶ୍ରୁ ଝରାଏ


ଆଉ ତା ଖିଲି ହସରେ ଝରଣା ବି ହସି ହସି ବହି ଯାଏ

ତା ଚୁଳ ବୁଲ କଥାରେ ସତେ ଯେମିତି ଗୁଣୁ ଗୁଣୁ ହୋଇ 

ଗାଇ ଯାଏ ପବିତ୍ର ପ୍ରଭାତ ସଙ୍ଗୀତ ପ୍ରକୃତି କୋଳରେ

ଆଉ ଅରୁଣିତା ହସରେ ମୁଁ ବି ଭୁଲିଯାଏ ଜୀବନର ଦୁଃଖ

ତା ଛୋଟ ଛୋଟ ଆଖିରେ କଣ ସ୍ବପ୍ନ ଦେଖେ କେଜାଣି

ସ୍ବପ୍ନ ରାଇଜର ପରୀଟିଏ ପରି ଉଡେ ଆକାଶରେ ବୋଧେ

ନା ବୁଢ଼ୀ ମା ଗଳ୍ପର ବୁଢ଼ୀ ଅସୁରୁଣୀକୁ ଡରି

ତା ମା ପଣତ କାନିରେ ମୁଣ୍ଡ ଗୁଞ୍ଜି ଶୋଇ ପଡେ...


ତୁ ନିର୍ମଳ ନିର୍ଜରିଣୀ ପ୍ରକୃତିର କୋମଳ ଶିଶୁଟିଏ ଅରୁଣିତା

ଭୟଲାଗେ କାଳେ କେଉଁ ରାକ୍ଷସର କୁଦୃଷ୍ଟି ପଡ଼ିବନି ତ ତୋ ଉପରେ

ଏଠି କେବଳ ସୁନ୍ଦରତା ନାହିଁ ବର୍ବରତାର ଅନେକ ପୃଷ୍ଠାବି ଅଛି

ଆଉ ଅନେକ କଢି ଫୁଲ ହେବା ଆଗରୁ ବୃନ୍ତଚ୍ୟୁତ ବି ହୋଇଛି

ସେ ସବୁଜ ରାକ୍ଷସର ଆଖିରୁ କେମିତି ବଂଚେଇବି ତୋତେ

କେବେ ମିତ୍ରର ପୋଷାକ ପନ୍ଧି କେବେ ସମ୍ପର୍କର ଖାଲରେ କେବେ ଗୁରୁ ତୁଲ୍ୟ ହୋଇ

କେଉଁ ମୁହୂର୍ତ୍ତରେ ତାର ଶିକାର କରି ନେବ କିଏ ଜାଣେ

ଯେତିକି ଅମୃତମୟ ସେତିକି ବିଷମୟ ଏଇ ପୃଥିବୀ

ତୁ ଟିକେ ସାବଧାନରେ ଚଳିବୁ ବିଶ୍ୱାସ ଆଗରୁ ବାରମ୍ବାର ପରୀକ୍ଷା କରିବୁ

ନିଜକୁ ବାଳ ଦୁର୍ଗା ସଜେଇ ନେବୁ କିମ୍ବା କାଳୀର ଖଡ୍ଗ

ମହିଷାସୁର ଏବେ ଛଦ୍ମବେଶରେ ସମାଜର କେଉଁ ଆଢୁଆଳେ 

ତୁ ନାରୀ ଶକ୍ତି ତୁ ଆଦ୍ୟା ଶକ୍ତି ତୁ କୋମଳ କିନ୍ତୁ ନୋହୁଁ ଦୁର୍ବଳ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational