STORYMIRROR

pranati Mahapatra

Inspirational

4  

pranati Mahapatra

Inspirational

ଆଜି ମୁଁ ଯାଉଛି ପୁରୀ

ଆଜି ମୁଁ ଯାଉଛି ପୁରୀ

1 min
226


ତୋ ଡୋରି ଲାଗିଲା ଏ ଅକିଞ୍ଚନକୁ

ଯାଉଛି ଆଜି ତ ପୁରୀ,

ତୋ ବଡ଼ଦାଣ୍ଡେ ବାଇଶି ପାହାଚେ

ବସିଯିବି ଚକା ପାରି।

ନୀଳଚକ୍ର ଚାହିଁ ତୋତେ ଦେଖୁଥିବି

ନରେନ୍ଦ୍ରେ ସ୍ନାହାନ କରି,

ସାତ ଜନମର ଆଶା ପୂର୍ଣ୍ଣକରି

ବାହୁଡି ଯିବି ମୁଁ ପୁରୀ।

ଯାଉଛି ଏବେ ମୁଁ ପୁରୀ।


ମୋ ଘର ପାଖରୁ ତୋର ଶ୍ରୀମନ୍ଦିର

ଲାଗଇ ବହୁତ ପଥ,

ମୋ ମନ ତ ଖାଲି ଉଛନ୍ନ ହେଉଛି 

ଦେଖିବାକୁ କଳାମୁଖ।

ସତରେ କାଳିଆ କି ମାୟା ଲଗାଉ

କାହିଁକି ଏମିତି ନାଟ।

ଯାହା ବି ତୁ କର ଆନନ୍ଦ ବଜାରେ 

ମୋର ପେଟ ଯାଉ ଭରି ।

ଆଜି ମୁଁ ଯାଉଛି ପୁରୀ।


ତୋ ନୀଳକନ୍ଦରେ ତୋତେ ମୁଁ ଦେଖିବି

କହିବି ଅନେକ କଥା,

କେତେ ଦିନର ଏ ଅଭିମାନ ସବୁ

ପିଟୁଛନ୍ତି ପାଶେ ମଥା,

ତୋ କଳାମୁଖକୁ ଚାହିଁ ଦେବି ନିଶ୍ଚେ

ଜୀବ ଯିବ ଧନ୍ୟ ହୋଇ,

ହେ କଳାସାଆନ୍ତ କିମିଆଁ କରି ତୁ

ନେ ତୋ ପାଶେ ଘୋଷାରି।

ଆଜି ମୁଁ ଯାଉଛି ପୁରୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational