STORYMIRROR

Antaryami Sahu

Inspirational Others

4  

Antaryami Sahu

Inspirational Others

କରୁଣା ସାଗର

କରୁଣା ସାଗର

1 min
152


କରୁଣା ସାଗର ମାଧବ ହେହରି,

ଚରଣେ ଶରଣ ଦିଅ ପ୍ରଭୁ !

ଚରଣେ ଶରଣ ଦିଅ ।।

ତୋ ଛନ୍ଦାଚରଣେ ବିନତୀ କରୁଛି।

ଦାସୀ ଠାରେ କୃପା ବହ, ପ୍ରଭୁ !

ଚରଣେ ଶରଣଦିଅ ।।

ତୁମ୍ଭ ନାମ ଗାଇ କେତେ ମହାପାପୀ 

ତରିଗଲେ ଭବୁ ତୁମ ନାମ ଜପି

ନାମ ଗାଇବାକୁ ଆଜ୍ଞା ମୋତେ ହେଉ

ହେ ପ୍ରଭୁ, କଳା ଶ୍ରୀମୁଖ ପ୍ରଭୁ

ଚରଣେ ଶରଣ ଦିଅ ।।

ମୋର ମୋର ବୋଲି ଯାହା ଭାବୁ ଅଛି

ନେବି ନାହିଁ ସଙ୍ଗେ ଏକା ଆସିଅଛି

ମରଣ ବେଳରେ ସଙ୍ଗେ କେହି ନାହିଁ

ତୁମ ନାମ ତୁଣ୍ଡେ ଦିଅ ପ୍ରଭୁ

ଚରଣେ ଶରଣ ଦିଅ ।।

ଏ ମାୟା ସଂସାରେ ଦେଇଛ ଜନମ

କୃମୀ କୀଟ ସଙ୍ଗେ ନୁହେଁ ମୁହିଁ ସମ

ସେ ପଦ୍ମପାଦକୁ କରିଛି ଭରଷା

ସେ ପାଦରେ ସ୍ଥାନ ଦିଅ ପ୍ରଭୁ

ଚରଣେ ଶରଣ ଦିଅ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational