Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susamamanjari Mishra

Inspirational

3.9  

Susamamanjari Mishra

Inspirational

ମାତୃଭାଷା

ମାତୃଭାଷା

1 min
213



ମାଆର କୋଳରେ ପ୍ରଥମ ଶବଦ 

ସତେ କେଡେ ମଧୁମିଶା 

ଚପଳଶିଶୁଟି କାନଡେରିଥାଏ 

ଶୁଣିବାକୁ ମାତୃଭାଷା ;


ମାଆ କୋଳେ ଥାଇ ଶିଶୁଟିଏ ସିନା 

ପଣତରେ ଖେଳୁଥାଏ 

ସେହି ଶିଶୁ ଦିନେ ଅ ଠାରୁ ପୁଣି

 ଖେଳେ ଚନ୍ଦ୍ରବିନ୍ଦୁ ଯାଏ, 


ଚନ୍ଦ୍ରବିନ୍ଦୁ ନୁହେଁ ଚାନ୍ଦଦେଶରେ ସେ 

ପାଦ ରଖି ଫେରିଆସେ, 

ଅତି ଆନନ୍ଦରେ ଝରୁଥିବା ଭାଷା 

ମାତୃଭାଷା ବୋଲି ବାସେ ;


ମାତୃଭାଷାର ମାଧ୍ୟମରେ ଆମେ

ଶିଖିଲେ ଭାଷା ଅନେକ, 

ଆମ ମାତୃଭାଷା ମାତୃଭୂମି ମାତା 

ଯୁଗେ ଯୁଗେ ଥାଉ ଟେକ ||




Rate this content
Log in

Similar oriya poem from Inspirational