STORYMIRROR

Susamamanjari Mishra

Tragedy

3  

Susamamanjari Mishra

Tragedy

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
222


ଯେମିତି ଥିଲ 

ଖୁବ 

ଭଲ ଥିଲ, 

ୟେ ତ 

ମୋପାଇଁ 

ଦେହସୁହା ଥିଲା, 

ଡରୁଚି 

ତୁମ 

ଭଲ ପାଇବାକୁ, 

ତୁମ

ହୃଦୟର 

ସ୍ବର୍ଣ୍ଣ 

ଅଟ୍ଟାଳିକାକୁ 

ଘେରିରହିଥିବା 

ତରୁଉଦ୍ୟାନ 

ସୃଷ୍ଟି

କରୁଥିଲା 

ମୋ ମୁଖରେ 

ନବପଲ୍ଲବିତ 

ପରିଜାତଟିଏ, 

ରଙ୍ଗୀନ 

ଚିକମିକ ଜରିରେ 

ଆକର୍ଷଣୀୟ 

ଆବରଣ ଦ୍ୱାରା 

ସୁପ୍ତପ୍ରାୟ 

ଘୃଣା ଅପମାନର 

ପୁଷ୍ପଗୁଚ୍ଛଟିଏ, 

ୟେ ତ 

ମୋ ପାଇଁ 

ଦେହସୁହା ଥିଲା, 

ଯେମିତି ଥିଲ ଖୁବ୍ 

ଭଲ ଥିଲ, 

ଡରୁଚି 

ତୁମ 

ଭଲ ପାଇବାକୁ, 

ସମ୍ଭାବିତ 

ନୂତନ 

ଶକ୍ତିଶାଳୀ 

ମହାତାଣ୍ଡବକୁ, 

ପୁନଃ ଠିଆ ହେବାକୁହେବ ସମାଜର 

କୁରୁସଭା ମଧ୍ୟରେ, 

ନା ବାବା ନା.. 

ଆଉ ଲୋଡ଼ା ନାହିଁ 

ତୁମ 

ପ୍ରତିକ୍ଷଣର 

ପ୍ରତାରଣାକୁ, 

ପୁଣି ପ୍ରବଞ୍ଚିତ 

ପୁଣି ଲାଞ୍ଛିତ, 


ବେସ ବଝିଛି ତୁମ ଭଲପାଇବାକୁ, 

ମାନି ନେଲି 

ଏହି ମୋର 

ତୁମକୁ 

ଭଲପାଇବାର 

ପ୍ରାୟଶ୍ଚିତ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy