STORYMIRROR

Susamamanjari Mishra

Inspirational Others

2  

Susamamanjari Mishra

Inspirational Others

ବହ୍ନି

ବହ୍ନି

1 min
159


ବହ୍ନି...... 

ଜଳୁଥାଏ ହୁତୁ ହୁତୁ  

ଆଖିରେ, 

ହୃଦୟରେ, 

ଭାବନାରେ, 

ବହ୍ନି.... 

ସ୍ୱତଃ ପ୍ରସରିଯାଏ

ପାଦଠୁ ମଥାଯାଏଁ,, |

କ୍ଷଣେ କ୍ଷଣେ ଜାଗିଉଠେ 

ବିଦୀର୍ଣ୍ଣ ମନ ତଳର 

ରକ୍ତାକ୍ତ କଙ୍କାଳ.... 

ଶତ ସଂଘର୍ଷ ସହ 

ବାରମ୍ବାର ସାକ୍ଷାତକାର, 

ପ୍ରସ୍ତର ସହ ପ୍ରସ୍ତରର 

ଘମାଘୋଟ ଯୁଦ୍ଧରେ.... .  

ବାରୁଦର ଆଘାତରେ.... 

ସୃଷ୍ଟି ହୁଏ ବହ୍ନି, 

ଜଳେ ହୁତୁ ହୁତୁ... 

ପ୍ରତିଶୋଧର... ଲତାଜିହ୍ୱା ନିଜେ ଜଳି

ଛାଡିଯାଏ 

ନିଜ ଆକାରର ପାଉଁଶ.... 

ପୁଣି.. ଯେତେ ଯେତେ ଲତାତରୁ... 

ଜାଳି ପୋଡି ସବୁ ନିଃଶେଷ ... 

ନିଜ ସହ ସମଗ୍ର ବାୟୁ ମଣ୍ଡଳ .. 

ଛିଟିକି ପଡେ.. 

ବ୍ୟକ୍ତିରୁ ବ୍ୟକ୍ତି ଯାଏ 

ଜାତିରୁ ଜାତି ଯାଏ 

ପ୍ରୀତି 

ମତି 

ନୀତି 

ଏମିତି ହିଁ ଜଳୁଥାଏ ..., 

ପାଲଟିଯାଏ ସମ୍ପୂର୍ଣ୍ଣ ମଶାଣି 

ଦିନ ଆଉ ରାତି 

ଜଳୁଥାଏ ଅହରହ ଏମିତି.. 

ଏଯେ ବହ୍ନି ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational