STORYMIRROR

Susamamanjari Mishra

Others

3  

Susamamanjari Mishra

Others

ହେ ନବବର୍ଷ !! ଆସୁଛ ଯଦି ଆସ

ହେ ନବବର୍ଷ !! ଆସୁଛ ଯଦି ଆସ

1 min
156

ହେ ନବବର୍ଷ !!! 

ତୁମେ ଆସିଛ ! ତ୍ରାଣକର୍ତ୍ତା ସାଜି 

ନା ତୁମେ ଆସିଛ ମୃତ୍ୟୁକୁ ସାଥେ ଧରି 

ଅଶୁଭ ସଵାରୀକୁ ଆଉଜି??


କୋଟି କ୍ରନ୍ଦନ ଦରିଆରେ ସୁପ୍ତ ମାଟି ବାସ୍ନା 

ତୁମଠି ବାଜିନି?? 

ନା ଚପଳ ଶିଶୁର କୁଆଁ କୁଆଁ ରାବ 

ମୃତ୍ୟୁ କୋଳେ ଛଟପଟ ହେବାର ଦୃଶ୍ୟ 

ତୁମ ଆଖିରେ ପଡିନି?? 

କେମିତି ସ୍ୱାଗତ କରିବି ତୁମକୁ ଯେ !!


ଅୟୁତଅଶ୍ରୁ ବୁନ୍ଦାରେ 

ନା ଭରାଭରା ଛଳନାର ପୁଷ୍ପଗୁଚ୍ଛରେ !!


ରକ୍ତଠୁ ରକ୍ତର ବିଚ୍ଛେଦଭରା ନବ କାରୁଣ୍ୟ ଗପ 

ନା ଦିଗହରା ପୁତ୍ରହରା ଶୂନ୍ୟ କୋଳରୁ 

"ହା ପୁତ୍ର ହା ପୁତ୍ର"ର ବୁକୁଫଟା ବିଳାପ.... |


ତୁମ ପାଇଁ ତ ଛାଏଁ ଖୋଲିଯାଉଥିଲା 

ହୃଦୟର ଅସଂଖ୍ୟ ଦୁଆର.. 

ହେଲେ.... 

ଆଜି ତୁମ ସ୍ୱାଗତ ପାଇଁ ଆତ୍ମରକ୍ଷାର ମାସ୍କ ଆଉ ସାନିଟାଇଜର, 


ତୁମେ ଯୁଦ୍ଧକାରୀ 

ତୁମେ ଯୁଦ୍ଧ ଘୋଷଣା କରିଛ!!! 

ଧୈର୍ଯ୍ୟର ଦୁନ୍ଦୁଭିକୁ ତୁମେ ବଜାଇବାକୁ 

ବାଧ୍ୟ କରିଛ !!


ତୁମେ ଜିତିଯିବ ବୋଲି ଭାବିଛ??? 

ତୁମେ ଭୁଲିଛ.... ଯେ ଦିନେ ନା ଦିନେ ଶୁଭପଞ୍ଚଜନ୍ୟ ବାଜିଉଠିବ, 

ନିଶ୍ଚୟ ଦିନେ ସୌରଜଗତରୁ ଅପୂର୍ଵ ପଞ୍ଚାମୃତ 

ପୃଥିବୀପୃଷ୍ଠରେ ଖେଳିଯିବ |

ଆସିଛ ଯଦି ଆସ ମନାନାହିଁ ||



Rate this content
Log in