Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susamamanjari Mishra

Tragedy Others

2  

Susamamanjari Mishra

Tragedy Others

ନାରୀ

ନାରୀ

1 min
126


କେବେ କେବେ 

ହୃଦୟରେ ମନ୍ଥନ 

ଦହନ 

ଶୋଷଣର 

ଆବର୍ତ୍ତନ ଗତି ମଧ୍ୟରେ 

ପିଣ୍ଡଟି 

ରକ୍ତମାଂସର ପୋଷାକ ଓହ୍ଲାଇବାକୁ 

ଏକଦମ ବ୍ୟତିବ୍ୟସ୍ତ, 

ଏଇନେ ଛାଡ଼ିଯିବ ସତେ ପିଣ୍ଡରୁ ପ୍ରାଣ, 

ହେଲେ କଙ୍କାଳ କେବଳ କାନ୍ଦୁଥିବ 

କରୁଣ କ୍ରନ୍ଦନ |

ପୁଣି 

ପାଲଟିଥିବା ପ୍ରସ୍ତରରୁ ପରିସ୍ଫୁଟେ 

ପ୍ରୀତିର ପାରିଜାତ, 

ଘଡିକେ ଜନ୍ମିଥିବା ପ୍ରଭଞ୍ଜନର ପକ୍ଷରେ

ପିଟି ହୋଇଯାଏ କେବେ ନାରୀର ମନ, 

ସେତ ନାରୀରୂପୀ ନାରାୟଣୀ..... 

ଶତ ନମନ ||


Rate this content
Log in

Similar oriya poem from Tragedy