STORYMIRROR

Susamamanjari Mishra

Others

4  

Susamamanjari Mishra

Others

ନିଷିଦ୍ଧ ଇଲାକା

ନିଷିଦ୍ଧ ଇଲାକା

1 min
267

ସେଦିନ ବୋଧେ ଅମାବାସ୍ୟାର ରାତି ଥିଲା, 

ହଠାତ ଡାହାଣୀ ବଳୟ ଛୁଇଁ

ଚୁପ ହୋଇଗଲା ପାଦ ଦ୍ବୟ, 

ତମଗୁଣ ଶକ୍ତିର ଜଞ୍ଜିର

ସତେ କେଡ଼େ ଭୟଙ୍କର

ଆହାଃ.. ବିଚରା..... !

କେମିତି ଛଟପଟ ହେଉଥିଲା, 

ହୁତୁ ହୁତୁ ଜଳୁଥିବା ବୃତ୍ତର ନିଷ୍ଠୁରତା

ଆତ୍ମାର ଅଟ୍ଟାଳିକାକୁ ସ୍ପର୍ଶ କି କରିପାରିବ?

କେବଳ ହୃଦୟକୁ ଦରପୋଡା କରି ଛାଏଁ ଥମିଯିବ, 

ଖଣ୍ଡ ଅସ୍ତିତ୍ବକୁ ଆଉଜି ଚାହିଁ ରହିବ ତା ବିଶ୍ୱାସର ବ୍ରହ୍ମଙ୍କୁ, 

କୁହାଯାଏ "ସମୟ ବଡ଼ ବଲଵାନ"

ମୁକ୍ତି ପଥର ଗାୟତ୍ରୀ ମନ୍ତ୍ର ଖୋଜୁ ଖୋଜୁ 

ଜୀବନ ଡାହାଣୀ ବଳୟ ମଧ୍ୟରେ 

ପାଉଁଶର ଛାପଟିଏ ସୃଷ୍ଟି କରିଥିବ |

ଚାରିପଟେ ଚିହ୍ନା ଅଚିହ୍ନା ଜିଦ ମାନଙ୍କ ସ୍ୱାର୍ଥ ପାଇଁ ନିଜକୁ

ଆହୁତି ଦେବାକୁ ଉଦ୍ୟମ କରୁଥିବ....?

ବାଃ ରେ ଜୀବନ.. ବାଃ..!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍