STORYMIRROR

Susamamanjari Mishra

Tragedy

4  

Susamamanjari Mishra

Tragedy

ଅଫେରା ମାତୃତ୍ବ

ଅଫେରା ମାତୃତ୍ବ

1 min
202


ଦେଖିନି ତୋ ନିରୀହ ମୁହଁ 

ଛୁଇଁନି ତୋ କଅଁଳ ଦେହ 

ତଥାପି କାହିଁକି କେଜାଣି 

ପାରିନି ଭୁଲି ତୋ ମିଠା ଅନୁଭବ 

ତୋ ମିଠା ସ୍ପର୍ଶ.. ।


ତୋ ପାଦର ମିଠା ମିଠା ହାଲକା 

ଚପଳ ଛୁଆଁ ରେ 

ବିଭୋର ହେଉଥିଲି ମୁଁ.. 

ମାତୃତ୍ୱର ମିଠା ଅନୁଭବଟିଏ, ।


ତୋ ଆଗମନର ସ୍ୱାଗତ ପାଇଁ 

କେତେଯେ ସ୍ବପ୍ନ ସାଇତା 

କେତେଯେ ନାନାବାୟା ଗୀତର 

ଗୁଣୁଗୁଣୁ କବିତା.. ।


ହଠାତ ହେଇଗଲା ସବୁକିଛି ଚୁପଚାପ 

ଚୁପ ହେଇଗଲା ମୋ ପାଇଁ 

ବହୁଥିବା ସମୀର 

ପ୍ରବାହିତ ସାଗର 

ଚୁପଚାପ ହେଇଗଲୁ ତୁ ।


ତୋ କୁଆଁ କୁଆଁ କାନ୍ଦରେ 

ମୁଁ ହଜିବା ପୂର୍ବରୁ 

ହଜିଗଲୁ ତୁ 

ହଜିଗଲା ତୋ ସାଥିରେ 

ଯେତେ ଅଭିଳାଷ 

ଯେତେ ସ୍ବପ୍ନ ।


ଆଜିବି ପାରୁନି ଭୁଲି 

ଆନ୍ଦୋଳିତ ତୋପାଇଁ ଏ ମାତୃହୃଦୟ 

ଆନ୍ଦୋଳିତ ତୋ ପାଇଁ ମମତା, 

ତୋ ଅଦୃଶ୍ୟ କାନ୍ଦଣା 

କେତେବାର ଶୁଣିଚି 

ତୋ ଅଦୃଶ୍ୟ ଉଚ୍ଚାରଣ 

'ମାଆ' ଶବ୍ଦକୁ 

କେତେବାର କାନ ଡେରିଛି ।


ବାରବାର ଦୁଆର ଖୋଲିଛି 

ଏଣେ ତେଣେ ଚାହିଁ 

ଦୁଆର ମୁହଁରୁ ଫେରିଛି 

ଖୋଜିଛି.... 

କେମିତି ବା ପାଇଥାନ୍ତି ତୋତେ, ।


ତୋତେ ତ ଛାଡି ଆସିଛି.... 

ସମ ହସ୍ପିଟାଲର ଚାରିକାନ୍ଥ ଭିତରେ

ଭଙ୍ଗା ମନ ନେଇ ତୋ ବିନା ଫେରିଛି

ପରାଜିତ ସୈନ୍ୟଟିଏ ପରି... ।


Rate this content
Log in

Similar oriya poem from Tragedy