STORYMIRROR

Susamamanjari Mishra

Others

3  

Susamamanjari Mishra

Others

ଗଣତନ୍ତ୍ର

ଗଣତନ୍ତ୍ର

1 min
168

ସମ୍ବିଧାନ ଆମ କାର୍ଯ୍ୟକାରୀ ହେଲା 

ଛବିଶ ତାରିଖ ଦିନ

ଉଣିଷ ପଚାଶ ଜାନୁୟାରୀ ମାସ 

ଗଣତନ୍ତ୍ର ଦିନ ଜାଣ |


ଚୌସ୍ତରି ଠାରୁ ବଦଳିଲା ରଙ୍ଗ 

ଇନ୍ଦିରାଗାନ୍ଧୀଙ୍କ ପାଇଁ 

ଜରୁରୀ କାଳୀନ ପରିସ୍ଥିତି କଲା 

ଗଣତନ୍ତ୍ର ହାଇଁ ପାଇଁ ।


କଳୁଷିତ ବିକଳାଙ୍ଗ ସାଜେ ଆଜି 

ଗଣତନ୍ତ୍ରର ରୂପ 

ଆତ୍ମର ଡାକରା ଶୁଣୁଥାଅ କାନେ 

ନ ପଡ଼ୁ କାହାର ଚାପ ।


ଗଣତନ୍ତ୍ର ଆଜି ଗୋଷ୍ଠୀତନ୍ତ୍ର ସାଜେ

ସାଜେ ପୁଣି ଅର୍ଥତନ୍ତ୍ର, 

ଧର୍ମବିଭେଦ ଦ୍ୱାରା କଳୁଷିତ 

ଭୁଲିଗଲା ମୂଳମନ୍ତ୍ର |


Rate this content
Log in