STORYMIRROR

Pramod Kumar Sahu

Inspirational Others

3  

Pramod Kumar Sahu

Inspirational Others

ଆସ ସଭେ ମିଶି ଗଛ୍ ଜଗାମା

ଆସ ସଭେ ମିଶି ଗଛ୍ ଜଗାମା

1 min
236

ପାଏନ୍ ପବନ୍ ଲାଗି କେତେ ଗଛ୍ ଖୁଟ୍

ଧର୍ ତି ବି ହେଲା ନ ଚିରି 

ଚାରି ଆଡେ଼ ସବୁ କାଟ୍ ଲେ ନ ଜଙ୍ଗଲ୍

ପାଏନ୍ ବର୍ ଷିବା କେନ୍ତା କରି ।।


ମନ୍ ଭିତ୍ ରେ ଟିକେ ବିଚାର୍ କରି 

ଗଛ୍ ଜଗାବାର୍ କର୍ ମା ମୁଲ୍

ଫଲ୍ ଫୁଲ୍ ବାସ୍ ଚହଟି ଯିବା 

ସଂସାର ବି ବନେ ଦିସ୍ ବା ଉଜୁଲ୍ ।।


ରୋଡ୍ ତରା ହଉ କି ଖେତ୍ ଖଲାନେ

ଘର୍ ବାଏର୍ ଆଡ଼େ ଲଗେଇ ଚାରା 

ନାଚି ଉଠ୍ ବେ ଗଛ୍ ଲତା ସବୁ 

ଜନା ନାଇଁ ପଡେ ଖରା ତରା ।।


ଜଙ୍ଗ୍ ଲେ ପାଏସୁ ସବୁ ଉଷୋ କଷା 

ଜଙ୍ଗ୍ ଲେ ପାଏସୁ ନାନା ଦରବ୍

ଜଙ୍ଗଲ୍ ହସ୍ ଲେ ସଂସାର୍ ହସ୍ ବା

ଗଛ୍ ଲଗେଇ କର୍ ମା ଗରବ୍ ।।

 

ସମିଆ ନାଇଁ ନ ଜାଉଛେ ଚାଲି 

ଗଛ୍ ଲଗା ବା କେ ନାଇଁ କର ଡେରି 

ସଜାଗ୍ ନାଇଁ ହେଲେ ପୁର୍ ଥି ଜାକ

ପଏର୍ଛା ନାଶ୍ ହେବେ ଜୀବଜନ୍ତୁ ନର୍ ନାରୀ ।।


ଆସ ସଭେ ମିଳି ମିଶି ଗଛ୍ ଜଗାମା 

ଦଦା ବୁହେନ୍ ବବା ବଡି କକା କାକି 

ଆଏଜ ନୁ ସଭେ ଶପଥ୍ ନେମା ଆମେ

ଧର୍ ତି ମାଁ କେ ରଖି ସାକ୍ଷୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational