ମନ୍
ମନ୍
ମନ୍ ମୋର୍ ସାତ ସମୂଦର୍
ନାଇଁ ପାରୁ କେଭେଁ ନାପି ।
ଦୁଃଖ ର୍ ଦରିଆ ଆଏଲେ ଜେତେ
ଦେଇଛେ ତାହା କେ ରଖି ।।
ପବନ ଲେଖେ ମନ୍ ଉଡ଼ି ଜାଏସି
ନାଇଁ ହୁଏ କେଭେଁ ଧରି ।
ଭସା ବାଦଳ୍ ଲେଖେ ଭାସି ଜାଉଛେ
କୁହୁଲି କୁହୁଲି କରି ।।
ହୁରୁଦ୍ କେ କରିଛେ ପଥର୍ ମୁଇଁ
ଚାପି ରଖିଛେ ସବୁ ଦୁଃଖ ।
ଘାଟି ସେହି ସବୁବେଳେ ମନ୍ ମୋର୍
ପାଏମି କେଭେ ଟିକେ ସୁଖ୍ ।।
କେଭେଁ ଜାଏସି ଭୂକେ ସୁସେ ତୋ
କୁଲା କରି କେଡେ ଆସ୍ ।
ଛାଏଁ ଛାଏଁ ରା ତର ଦେଖୀ ନାପାରେ
ବନ୍ଦ୍ ହେସି ପବନ୍ ସାସ୍ ।।
ଅଏଧ୍ ରାତି ମୁଇଁ ଦେଖି ତୋର୍ ସପନ୍
ଚମ୍ କି ଜାଏସି ଉଠି ।
ଦେଖ୍ ଲା ବେଳେ ଅନ୍ଧାର୍ କିଟ୍ କିଟା ନେ
ହେସି ହାଫ୍ ସି ପିଟି ।।
ବନର୍ ମଲି ଲେଖେ କହଁର ଦେଇ ମତେ
ଜାଏସୁ ଘାଏକେ ଉଡ଼ି ।
ତତେ ନୁରି ଖୁଜି ଦେଖ୍ ମି ବୋଲି ଗା
ଦେହେ ପରାନ୍ ଯିବା ଛାଡି ।।
ଆଏଜ୍ କାଏଲ୍ ବୋଲି ଦୀନ୍ ସରିଗଲା
ନାଇଁ ପାଉଛେ ତୋର୍ ଦେଖା ।
ହୁରୁଦ୍ ଭିତ୍ ରେ ମୋର୍ ଜୂଏଲୁଛେ
କିଏ ନାଇଁ ଆଖା ଶାଖା ।।