STORYMIRROR

Pramod Kumar Sahu

Inspirational Others

3  

Pramod Kumar Sahu

Inspirational Others

କର୍ମ ହିଁ ଭଗବାନ

କର୍ମ ହିଁ ଭଗବାନ

1 min
237

ଖରା କରେ ରଡ଼ି ରଡ଼ି

ପରାନ୍ ଯାଏ ଛିଡି 

କମିଆର୍ ମନ୍ ନାଇଁ ବୁଝବାର

କର୍ ମି ଆର୍ ଦୁଇ ଘଡ଼ି ।।


ଖରା କି ବର୍ଷା ହେଉ ପଛେ କାକର୍

ନାଇଁ ଜାଏ ମୁଇଁ କଧ୍ ରି 

କମିଆ ପିଲାକେ ଦୁଖ୍ ନାଇଁ ଆସେ 

ଦେହେ ନାଇଁ ଯାଏ କେବେ ବିଗ୍ ଡି ।।


ବାସି ରୁସାନ୍ ଢୁକେ ପିଇ କରି ମୁଇଁ

କର୍ ସି ମୋର୍ କାମ୍ ଭୁତା 

ଟକେ ସୁକେ ହେଉ ଘର୍ କେ ଆନି 

ଗିର୍ ଦା ହେବେ ମର୍ ମାହେଜି ଛୁଆପୁତା ।।


କାଏ ନିନ୍ଦ୍ ମି କରମ୍ କପାଲ୍ 

ସୁଖ୍ ଦୁଖ୍ ସହିକରି 

ନାଇଁ ହାରେ ମୁଇଁ କର୍ ମି କବାର୍ 

ନାଇଁ ଯାଏ କେଭେ ହାରି ।।


ମର୍ କମାନିର୍ ଲାଗି କୁଟୁମ୍ବ ଜାକ

କରିଛନ୍ କେଡେ ଟେ ଆଶ୍ 

ନାଇଁ କମାଲେ ମୁଇଁ ମୋର୍ କୁଟୁମ୍ବ ଜାକ 

ପର୍ଛା ହେଇ ଯିବେ ନାସ୍ ।।


ଭୋକ୍ ସୋସ୍ କେ ସହି ରହିକରି 

ଖରା ଝକେର୍ ପାନି 

ବାମ୍ ନାଇଁ ହଉ କରମ୍ କଭେ ମୋର୍

ନାଇଁ ଯାଏ ହାର୍ ମାନି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational