Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramod Kumar Sahu

Abstract

4  

Pramod Kumar Sahu

Abstract

ମୌସୁମୀ

ମୌସୁମୀ

1 min
236


ମୌସୁମୀ ପ୍ରବେଶ ଆଗମନ ଦେଖି 

ଆମୋଦେ କୃଷି, ଗୋପାଳେ

ଧରିତ୍ରୀଙ୍କ ନବ ରୁପ ବଦଳିବ

ଜଳରାଷି ବୃଷ୍ଟି କଲେ ।


ସରୀସୃପ ପଶୁ ପକ୍ଷି ଯେ ମାନବ

ବୃକ୍ଷ ଳତା ନଦୀ ଝରଣା 

କୁହୁ କୁହୁ ନାଦେ ମୟୂରୀ ନାଚିବେ 

ହୃଦୟେ ନରଖି ଭାବନା ।


ରବିଙ୍କର ତେଜରେ ଧରିତ୍ରୀ କମ୍ପନ

ଜୀବ ଜଗତେ ହାହା କାର 

ବରଷା ରାଣି ଜେ ଶାନ୍ତ କରାଇବେ

ବରଷି ଧରାପୃଷ୍ଠର ।


ଗୋମାତା ପାଇବେ କଅଳିଆ ଘାସ

ଦିସନ୍ତି ଚଉ ଦୀଗେ ନିଳବର୍ଣ୍ଣ

ମେଘ ଘଡଘଡି ନାଦ ବିଜୁଳି ଚମକେ

ସାଇ ସାଇ ଆଶେ ବେଗେ ପବନ ।


ବିଳରେ ବିହନ ପକାଇଣ ଚଷା 

ଚଷିବେ ଆନନ୍ଦ ମନେ

ଅର୍ଣ୍ଣପୂର୍ଣ୍ଣା ମାତ ହରଷେ ଉଠିବେ 

ଶୋଭା ଦିସନ୍ତେ ତତ୍ କ୍ଷଣେ ।

 

ବସୁନ୍ଧରା କୁଳେ ବାସ ଚହଟିବ 

ନାନା ଜାତି ପୁଷ୍ପ ଫଳ

ପରିବେଶ ମୋର ସୌନ୍ଦର୍ଯ୍ୟରେ ଭରା

ଦିଶିବ ସ୍ଵଚ୍ଛ ନୀର୍ମଳ ।


Rate this content
Log in

Similar oriya poem from Abstract