STORYMIRROR

Pramod Kumar Sahu

Action Others

3  

Pramod Kumar Sahu

Action Others

ଆମର୍ ବୀର୍ ଯୁଦ୍ଧା ବୀର୍ ସଏନ୍

ଆମର୍ ବୀର୍ ଯୁଦ୍ଧା ବୀର୍ ସଏନ୍

1 min
157

ଭାରତ୍ ସ୍ବାଧିନ୍ ୭୫ ବଛର୍ ‌

ଆଏଜ୍ ମାନୁଛନ୍ ହେଇ ଗହକି,

ବିର୍ ଯବାନ୍ ଆରୁ ମହାନ୍ ଯୁଦ୍ଧା 

ଆମର୍ ଦେଶ୍ କେ ରଖ୍'ଲେ ଟେକି ।

    

ଜେ ଜେ କାର୍ ଶବଦେ ଆଏଜ୍

ଗର୍'ଜୁ ଛେ ଚାରି ଆଡେ, 

ପର୍'କୁତି ରାନୀ ବି ଗୀତ୍ ଗାଉଛେ

ବସି ଭାରତ୍ ମାଁ ର୍ କୁଲେ ।


ସେ ମହାନ୍ ଯୁଦ୍ଧା ମାନ୍'କୁ କୁଟି ମୁଡିଆ

ଭାରତ୍ ବାସୀ କେ ରଖ୍'ଲେ ସୁଖେ,

ମାଁ ମାଏଟ୍ ଲାଗି ଜିବନ୍ ସଁପ୍'ଲେ 

ଭୋକ୍ ଉପାସ୍ ରହି କେତେ ଦୁଖେ ।


ମହାପୁରୁ ଲେଖେ ଲଢ୍'ଲେ ଜାଇ

ଶତ୍ରୁ କେ କଲେ ନାର୍ ଖାର୍,

ବିଜୟିର୍ ବାନା ଉଡାଲେ ଯୁଦ୍ଧା

ଡାକି ଭାରତ୍ ମାଁ ର୍ ଜେ ଜେ କାର୍ ।


ପେଟର୍ ଭୋକ୍ କେ ପେଟେ ମାରି କରି 

ଆଖିର୍ ଝୁମ୍'ରା ଗଲା ଫାକି,

ଏକ୍ ଜୁଟ୍ ହେଇ ଲଢ୍'ଲେ ବୀର ଯବାନ୍

ଭାରତ୍ ମାଁ ର୍ ନାଁ କେ ଡାକି ।


ଦେଖି ଶତ୍ରୁ ର୍ ବଲ୍ ହାରି ଗଲା 

ଆଏ ଉପେ ଗଲା ହାରି, 

ଗୁରା ସର୍ କାର୍ ସଏନ୍ ବଲ୍ ଜେତେ

ତାକର୍ ଦେଶ୍ କେ ଗଲେ ଫିରି ।


ଭାରତ୍ ସଏନ୍ ସବୁ ଏକ୍ ଜୁଟିଆ

ସିଂହ ଲେଖେ ହେଲେ ଠିଆ,

ଗୁରା ସର୍ କାର୍ ବୁଦ୍ଧି ବନା ହେଇଗଲା

ସୁଖି ଗଲା ତାର୍ ହିଆ ।


ନିଜର୍ ଜୀବନ୍ କେ ପାସ୍'ରି ଦେଇ

ମାଁ ମାଏଟ୍ ଲାଗି ଲଢ୍'ଲେ ଯାଇ

ହିରା ନୀଲା ଲେଖେ ଆଏଜ୍ ଚମ୍'କୁ ଅଛେ

ଆମର୍ ଭାରତ୍ ଭୁଇଁ ।

 


Rate this content
Log in

Similar oriya poem from Action