ସାଥି ଆସିଲ ଜୀବନେ ମୋର
ସାଥି ଆସିଲ ଜୀବନେ ମୋର
ବାଙ୍କ ଚାହାଣୀ ରେ ମନ ମୋହିନେଲ
ହୃଦୟେ ମହୋର ପସି
ହୃଦୟ ଟା ମୋର ଖାଲି ପଡିଥିଲା
ପୁରଣ କରିଲ ଆସି ।
ମହୁ ଝରା କଥା ଆସି ବଖାଣିଲ
ପ୍ରେମ ରେ ଗଲି ମୁଁ ରସି
କୋକିଳ ପରାୟେ ମିଠା ଗୀତ ଗାଇ
କହି ଦେଲ ହସି ହସି ।
ଚନ୍ଦ୍ରମା ପରାୟେ ତୁମ ରୂପ ରେଖ
ଦେଖି ରାଜ ହଂସି ପରି ଚାଲି
ନୟନ ରେ ମତେ ଠାରି ଦେଲ ସତେ
ଶୂନ୍ୟ ରେ ମୁଁ ହଜି ଗଲି ।
ପ୍ରେମ ବନ୍ଧନ ରେ ଛନ୍ଦି ଦେଲ ସଖି
ହୃଦୟେ ଗଢି ମନ୍ଦିର
ସେ ହୃଦୟ ମନ୍ଦିରେ ନୀତି ସଜେଇବ
ଗୁନ୍ଥି ନାନା ପୁଷ୍ପ ହାର ।
ସୁଖରେ ଦୁଃଖରେ ସାଥେ ଥିବ ପ୍ରିୟେ
ଚାଲୁ ଥିବି ଯେତେ ପଥ
ଜୀବନ ଯାତ୍ରା ଟି ଶେଷ ହେବା ଯାଏଁ
ଧରି ଚାଲୁ ଥିବ ହାତ ।
ଆସୁ ଯେତେ ଝଡ଼ ବତାସ ପବନ
ଡରି ଯିବନି ହେ ସାଥି
ଆପେ ଚାଲିଯବ ଝଡ ଓ ପବନ
କରି ପାରିବନି କିଛି କ୍ଷତି ।