ମାୟା ରୂପେ ମହାପ୍ରଭୁ
ମାୟା ରୂପେ ମହାପ୍ରଭୁ
ମାୟା ରୂପ ଧରି ଆସିଲ କି ପ୍ରଭୁ
ଆଉ ଶୋଷଣ କରିବ କେତେ
ଆସିଛ କି ଗୋପନେ ମର୍ତ୍ତ୍ୟମଣ୍ଡଳକୁ
ପାପି ବିନାଶିବା ନିମନ୍ତେ ।
କେତେ ଯେ ମାନବ ଅସାହ୍ୟବସ୍ଥାରେ
ଛାଡ଼ି ଦେଇ କୁଟୁମ୍ବ ଜଞ୍ଜାଳ
କଅଁଳ ଶିଶୁଟି କେମିତି ବଞ୍ଚିବ
କାନ୍ଦୁଛି ହୋଇ ବ୍ୟାକୁଳ ।
ହିଂସା ଅହଂକାର ଲୋଭ ମାୟା କରି
ତୁଚ୍ଛାରେ ହେଉଛି ଘାଣ୍ଟି
ଅତ୍ୟାଚାର ମର୍ତ୍ତ୍ୟେ ବୃଦ୍ଧି ପାଉଥିବା ଦେଖି
ନେଉଛ କି ଚିପି ତଣ୍ଟି ।
ତଥାପି ମଣିଷ ଏପର୍ଯ୍ୟନ୍ତ ବୁଝିନି
କାହିଁକି କରୁଛି ପାପ
ହିଂସ୍ର ଜନ୍ତୁ ପରି କ୍ରୋଧରେ ଗର୍ଜିଣ
ଭାଷନ୍ତେ ହୋଇ ଉତ୍ତପ୍ତ ।
ଏମିତି ଦୀନକେ ଦେଖି ନ ଥିଲେ କେବେ
ଭୂମଣ୍ଡଳେ ଯେତେ ଜନ
ନିକଟେ ଥାଇକି କିଏ କାହାକୁ
ବଞ୍ଚେଇ ପାରିଲେ ନି କେହି ପ୍ରାଣ ।
ନାନା ଦ୍ରବ୍ୟ ମାନ ଲାଳସା ରେ ଖାଇ
ଶାନ୍ତି କଲେ ନିଜ ଉଦର
ନିଜ ବାପା, ମାଁ ,ପତ୍ନୀ, ସନ୍ତାନକୁ ତେଜ୍ୟା କରି
ପର କଳତ୍ର ରଖିଲେ ନିଜ ସଦର ।
ସହିଣ ପାରିଣ ସ୍ଵୟଂ ଭଗବାନ
କରୋନା ରୂପେ ଅବତରି
ରକ୍ତ କୁ ଶୋଷିଣ ଛିନ୍ନ ଭିନ୍ନ କରି
ପାପିଷ୍ଠ ଙ୍କୁ ଦେବେ ତାରି ।
ଏଧରା ମଣ୍ଡଳେ ଜନମ ଲୋଭିଣ
ମାତା ପିତା ସେବା କର
ମାତା ପିତା ଗୁରୁ ସର୍ବ ଶ୍ରେଷ୍ଠ ଦେବତା
ତାଙ୍କରି କୃପା ଅପାର ।
ବେଳ ଗଡି ଯାଉଅଛି କୁ କର୍ମ କରନି
ଏବେ ଠୁ ଯାଅ ସୁଧୁରି
ହରିନାମ ଗାନ କର ବାୟା ମନ
ଏ ଭୂମଣ୍ଡଳୁ ହେବ ପାରି ।