STORYMIRROR

Pramod Kumar Sahu

Others

4  

Pramod Kumar Sahu

Others

ଭାବର ବନ୍ଧନ

ଭାବର ବନ୍ଧନ

1 min
323


ଭାବର ବନ୍ଧନ    ବାନ୍ଧି ଦେଲି ଭାଇ

     ଭାବ ସର ସର ହୋଇ ।

ଲୋଡା ନାହିଁ କିଛି   ତୁ ପାଖେ ଥିଲେ

     ଧନ୍ୟ ହୋଇଯିବି ମୁହିଁ ।।


ଭାଇ ନୋହୁ ତୁ ମୋ   ସାକ୍ଷାତ ଦେବତା 

      ପାଇଛି ଏହି ଜନମେ 

ତତେ ପାଇ ସବୁ   ଦୁଃଖ ଚାଲିଗଲା

    ଖୁସି ବରଷିଲା ମୋ ମନେ ।।


ଆଜି ସିନା ଭାଇ   ଅଝଟିଆ ହୋଇ 

    ତୁମ ପାସେ ଅଛି ରହି ।

ବିଦା କରିଦବ    ଦିନ କେତେ ଗଲେ 

    କେମିତି ପାରିବି ସହି ।।


ଦୁନିଆ ରେ ମୋର    ନଥିଲେ ଟି କେହି

     ଯତନେ ରଖିଲ ମତେ ।

ନିଜ ପେଟ ମାରି   ମତେ ଖୁଏଇଲ 

      ସହି ଖରା ବର୍ଷା ଶୀତେ ।।


ତୋ ସ୍ନେହ ସରଧା   ମୋ ପାଇଁ ଅମୃତ

       ପାଇ ଶାନ୍ତି ହେଲା ମନ ।

ଭାଇ ଭଉଣୀ ର  ‌ ସମ୍ପର୍କ ଡୋରି ଟି

     ରହିଥାଉ ଚିରଦିନ ।।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍