STORYMIRROR

Pramod Kumar Sahu

Others

4  

Pramod Kumar Sahu

Others

ରଜ ପର୍ବ

ରଜ ପର୍ବ

1 min
354


ଦିନେ ମନ୍ଦୋଦରୀ ଏକ କନ୍ୟା ଲାଭ କଲେ

ରାବଣ ଙ୍କ ଔରସରୁ ମୟଦାନବ

ଭୁମି ତଳେ ପୋତି ଦେଇ ଥିଲେ ତାଙ୍କୁ

ପ୍ରାପ୍ତି କରିଥିଲେ ରାଜା ଜନକ ।୧।


ଜନକଙ୍କ ରାଜ୍ୟରେ ବରଷା ନହୋଇ

ବିହନ ବୁଣିଲେ ଯେ ବରଷା ହୋଇ 

ଭୂମି ଚଷୁ ଚଷୁ ସୂ କନ୍ୟା ପ୍ରାପ୍ତି କରି

 ଆଣିଲେ ଜନକ ହରଷ ହୋଇ ।୨।


ସେ ଦୀନୁ ଭୁମି ପୂଜା ପ୍ରାରମ୍ଭ କରି

ଚାଷି ଜେ ନିତି ଭକ୍ତି ପାଳିଲେ

ଧରିତ୍ରୀ ମାତାଙ୍କୁ ନିବେଦନ‌ କରି

ବର୍ଷ କର‌ ଫଳ ହୁଅ ସକଳେ ।୩।


ଜ୍ୟେଷ୍ଠ ମାଷ ହୁଏ ଶେଷ

ଆଷାଢ଼ ମାଷ ଟି କରେ ପ୍ରବେଶ

ବସୁମାତା କୋଳେ ପକୃତି ରାଣୀ ଜେ

ଧରିବେ ସୁନାର ବେଶ ।୪।


ରଜ ଚାରି ଦିନ ଜାଣ

ଏହି ଦିନ ଭୁମି କୁ ଦିଅନ୍ତି ସମ୍ମାନ 

କରି ଭୁମି ପୂଜା ଆନନ୍ଦେ ପାଳନ୍ତି

ରଜ ସଂକ୍ରାନ୍ତି ଦିନ ।୫।


ପ୍ରଥମେ ଦୀନେ ଭୁମି ରଜସ୍ଵଳା ପ୍ରଥମ ରଜ

ଦିତୀୟେ ରଜ ସଂକ୍ରାନ୍ତି ଜାଣ

ତୃତୀୟ ଦିନରେ ଭୁମିଦାହ ହୁଏ

ଚତୁର୍ଥ ଦିନଟି ଭୁ ମାତାଙ୍କ ସ୍ନାନ ।୬।


ରଜ ଦିନେ ଖାଲି ପାଦେ ଚଳନ କରି

ପାହାନ୍ତିଆ କାଳେ ଗାଧୁଆ ସାରି

ସଜ ବାଜ ହୋଇ ଯତନ କରି 

ହଳଦୀ ଚନ୍ଦନ ଶରୀରେ ବୋଳି ।୭।


କୂଆଁରି କନ୍ୟା ଙ୍କ ଲାଜେଇ ହସ

ମନରେ ଫୁଟଇ ମଧୁର ଗୀତ

ସାଙ୍ଗ ସଙ୍ଗାତଙ୍କ ମେଳେ ନୃତ୍ୟ କରିଥାନ୍ତି

ଆନନ୍ଦେ ହୋଇ ଏକ ମତ୍ତ ।୮।


ପୋଡ଼ ପିଠା ମିଠା ପାନ 

ନୂତନ ବସ୍ତ୍ର କରି ପରିଧାନ

ମଥାରେ ଟିକିଲି ପାଦରେ ଅଳତା

ଦୋଳି ଗୀତ ଯେ କରିନ୍ତି ଗାନ ।୯।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍