STORYMIRROR

Pramod Kumar Sahu

Others

3  

Pramod Kumar Sahu

Others

ଗୁଲ୍ ଗୁଲା ଅବସ୍ତା

ଗୁଲ୍ ଗୁଲା ଅବସ୍ତା

1 min
181


ବାଟେ ଘାଟେ କେତେ ବିକଲ୍ ହେଇ 

ବସଛନ୍ ଧାଡ଼ି ଧାଡ଼ି କେ ଧାଡ଼ି 

ଦେଖି ଦେଖି କରି ଚାଲି ଯାଉଛନ୍

ଦେଉଛନ୍ ମୁହୁ କେ ଆଡି ।।


କିଏ ବସିଛେ ଫଟା କପ୍ ଟା ପିନ୍ଧି ତୋ

କିଏ ବସିଛେ ଖୁରି ଟେ ଧରି

ପଡ୍ ଲା ଅଏଠା କିଏ ବେଟି ଖାଉଛେ ତୋ

କିଏ ମାଗୁଛେ ଦୁହି ହାତ୍‌ କେ ଜୁଡି ।।


ଜନମ୍ ଦେଇ ଆଏଜ୍ ଗୁଲ୍ ଗୁଲା ଅବସ୍ଥା

ହେଇଛନ୍ କେତେ ଯେ ମା ବୁଆ

ନିଜର୍ ପୋ ଜାନି ଶୁନି ନାଇଁ ଚିନ୍ ଲା ଲେଖେ

କହେସି ହେଟା ନାଇଁ ସେ ମୋର୍ ମାଁ ବୁଆ ।।


ବାଏରି ନୁହେଁ ସେ କି ପାଗଳ୍ ନୁହେଁ ସେ

ନିଜର୍ ପୁଓର୍ ଲାଗି ଏତ୍ କି ଦସା

ଟଂକା ପଏସା ଆଏଜ୍ ପାଏଲା ବୋଲି

ମାର୍ ଲା ଟଙ୍ଗିଆ ଫସା ।।


ଖରା ଶୀତ୍ କାକାର୍ ଅସାଢ୍ ଝଞ୍ଜାର୍ ଜାକ

ଠାନ୍ କେ ରହିଛନ୍‌ ବସି 

ଥୁର୍ ଥୁରି ଜାଉଛେ ଦେହେ ଗୋଡ୍ ମୁଡ୍ ନୁ

କିଏ କପ୍ ଟା ଖଣେ ଦେତା ଆସି ।।


ଆଖିର୍ ଚିପ୍ ରା ଆର୍ ଟୁଣର୍ ଲହ ମୁହୁ ନେ

ବାଏଲ୍ ଭୁର୍ ଭୁସା ହେଇ 

ଭୋକର୍ ବିକ୍ ଲେ ଇଆଡ୍ ସେଆଡ୍ ବୁଲି

କିଏ ବି ପଚ୍ ରା ବାର୍ ନାଇଁ ।।


କେତେ କଷ୍ଟେ ପାଲି ପୁସି କରି ମାଁ ବୁଆ ଦୁହେଁ

ଠାଡ୍ କଲେ ଉଚ୍ଚା ଠାନେ

ଜାହାର୍ ଖାଇ ଆଏଜ୍ ଉତ୍ ପାତ୍ ହଉଛୁ

ତାହାକେ ଫିକ୍ ଲୁ କେନ୍ ଅଲିହା କନେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍