Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramod Kumar Sahu

Children Stories

3  

Pramod Kumar Sahu

Children Stories

ପିତା

ପିତା

1 min
216


ହେ ପିତୃ ଦେବ ଘେନ ମୋର ଭକତି ଭାବ

ତୁମ୍ଭ ଚରଣେ ମୋର କୋଟି ପ୍ରଣାମ

ପରମାତ୍ମାଙ୍କର ଦ୍ବିତୀୟ ରୂପ ତୁମ୍ଭେ

 ସୃଷ୍ଟି କଲ ଦେଇ ବ୍ରହ୍ମ ।


ପିତା ହିଁ ଈଶ୍ୱର ପିତା ପରମେଶ୍ବର 

ପିତୃ ବିନା ମୁକ୍ତି ନାହିଁ 

ତୁମ୍ଭରି ଆଶିଷେ ମୁଁ ଜ୍ଞାନ ଅରଜରିଛି

ତୁମେ ହିଁ ଜଗତ ସ୍ଵାଇଁ ।


ଛୋଟ ଥିଲି ଯେବେ ହସ୍ତ ଧରି ମୋର

ଚଲନ କ୍ରିୟା ଦେଲ ଶିଖେଇ

କେତେ ଉପବାସ କରି ଭୋକିଲା ରହିଣ

ମତେ ଯେ ଦେଲ ଖୁଏଇ ।


ମୋ ଖୁସି ପାଇଁ ଶରୀରେ ତୁମ୍ଭରି

କେତେ ଦୁର୍ଦ୍ଦଶା କେତେ ଯାତନା ବୋହିଣ

ଖରା, ବର୍ଷା,ଶୀତ ସହ୍ୟ କରି ଆନନ୍ଦେ ପାଳିଲ

ଧନ୍ୟ ପିତା ତୁମେ ଧନ୍ୟ ।


ପିତୃ ଋଣ କେବେ ସୁଜି ପାରିବିନି 

ଭାବ ଭକ୍ତି ସଦାସର୍ବଦା ଦଉଥିବି ଢାଳି

ସବୁ ଜନମର ମୋ ପିତା ହୋଇଥିବ

ତୁମ୍ଭର ସନ୍ତାନ ଟି ଏତିକି କରୁଛି ଅଳି ।


Rate this content
Log in