STORYMIRROR

Jitendra Samantara

Inspirational

4  

Jitendra Samantara

Inspirational

ଋଣ

ଋଣ

1 min
21


କୋଉ ଜନ୍ମରେ କେତେ ଯେ ପୁଣ୍ୟରେ
ପାଇଛି ତତେ ମୁଁ ମାଁ'...
ଦୁଃଖ କଷ୍ଟ ମୋର ଯାଏଲୋ ଉଭେଇ
କରିଦେଲେ ତୁ ଆହାଃ ।
ମାଁ ବୋଲି ଥରେ
ଡାକି ଦେଲେ ଧୀରେ...
କାନ ଡେରି ଚାହିଁ ରହୁ,
କେଉଁଠି ଲୁଚିଛୁ
ଧରି ନେଉ ପଛୁ...
ଭିଡି ନେଇ ଗେଲ କରୁ ।
ମାଁ ବୋଲି ଥରେ
ମନ ଯେବେ ଝୁରେ..
ଚାଲି ଆସୁ ଆଖି ସାମ୍ନା କୁ,
ପଣତ କାନିରେ
ମୁଁହଁ ନ ପୋଛିଲେ..
ମିଳେନାହିଁ ତୃପ୍ତି ମନକୁ ।

ମୋ ଆଳି ଅଝଟ
ତୋ ଗାଳି ଆକଟ..
କେବେ ନସରୁ ଏ ଜୀବନେ,
ତୋ ଅମୃତର ପାଉଣା
ତୋ ମମତାର ଭରଣା..
ସୁଝି ପାରିବିନି ସାତ ଜନ୍ମେ ।😢

ତୋ ବିନା ଜିଇଁବା
ଅସମ୍ଭବ ଭାବି...
ଆଖି ଲୁହ ଯାଏ ଜକେଇ,
ବିନତି ଏତିକି
ଚତୁର୍ଥା ମୁରତି..
ମତେ ନିଅ ଆଗ ଉଠେଇ ।


:---:jitendra Samantara

8530095625




Rate this content
Log in

Similar oriya poem from Inspirational