ବାଇଗିଣି ନିଏ ମନ ଟାଣି
ବାଇଗିଣି ନିଏ ମନ ଟାଣି
ହୋଲିରେ ହୋଲିରେ ହୋଲି ତୁ ଆସିଛୁ ବୋଲି
ଆମେ ହେଇଛୁ ବାଘନିଶହନାଲା ରଙ୍ଗ ବୋଳି l
ବସନ୍ତର ପ୍ରୀତିଭରା ଆହ୍ୱାନରେ ଆସିଲୁ ଚାଲି
ନବ ଇନ୍ମାଦନା ପୁଲକେ ହସେଇଲୁ ଖିଲିଖିଲି l
ରଙ୍ଗରେ ଭିଜାଇ ଆମ ତନୁମନ କେତେ ଥର
ଅବଲବ୍ରୁଦୃଦ୍ଧବନିତା ଗଳାରେ ପ୍ରୀତି ଫୁଲମାଳ l
ବାଇଗିଣି ରଙ୍ଗ ତୋର ରହସ୍ୟର ପ୍ରତୀକ
ଆଉ ଆଧ୍ୟାତ୍ମିକ ଚେତନାକୁ କରୁ ଉଦ୍ରେକ l
ସନ୍ୟାସୀ ଓ ଭଗବତ ପ୍ରେମୀ ଗଣ ନାଚି ନାଚି
ବାଇଗିଣି ଫଗୁ ବୋଳି ଈଶ୍ବରେ ନିଅନ୍ତି ରୁଚି l
ସଂସାରର ମାୟା ଜାଲର କୁହୁକ ଫାଶେ
ପଡ଼ନ୍ତିନି କେବେ ସେମାନେ ଧନମାନ ଆଶେ l
ଇନ୍ଦ୍ରଧନୁର ବାଇଗିଣି ରଙ୍ଗର ନମୁନା ଦେଖାଉ
ତୁହି ମିଶାଇ ହୋଲିରେ ଅବିର ଉଡ଼ାଉ ଚିଟାଉ l
କୃଷ୍ଣ ପ୍ରେମର ଫୁଆରା ରାଧାନାମ ମିଶ୍ରଣେ ସଦା
ମଠେ ମଠେ ମନ୍ଦିରେ ମନ୍ଦିରେ ନାମ ପୁଷ୍ପ ଗଦା l
ଭ୍ରମର ପରି ଭ୍ରମି ଭ୍ରମି ସେଦିନ ସନ୍ୟାସୀ ପ୍ରବର
କୀର୍ତ୍ତନେ ପରିବେଶକୁ କରୁଥାନ୍ତି ସତତ ନିର୍ମଳ l
ବାଇଗିଣି ରଙ୍ଗ ନୁହେଁ ସେତ କେବଳ ଜଡ଼ବାଦେ
ମନର ଖୋରାକ ଦାତା ସିଏ ହୋଲିପ୍ରେମ ଅସ୍ପଦେ l
ହେ ବସନ୍ତ ଭୁଲନା କେବେ ତୁମେ ରଙ୍ଗ ବାଇଗିଣି
ଆଣ ସାଥେ ତାକୁ ସଦା ହୋଲିକାର ସୁମନ ଜାଣି l
କାରଣଟା ଅଟଇ ସ୍ପଷ୍ଟ ନ ହୁଡ଼େ କେବେ ସେଇ
ରଙ୍ଗ ବାଇଗିଣି ଶାଶ୍ୱତ ସୁଖେ ମନ ଦିଏ ଭିଜାଇ l
ଜଗତରୁ ଅଜ୍ଞାନ ଅନ୍ଧକାର ହେଉ ସଦା ଦୂର
ଆଧ୍ୟାତ୍ମିକ ରହସ୍ୟ ମର୍ତ୍ତ୍ୟେ କରୁ ସେ ଚିର ପ୍ରସାର l
ରଙ୍ଗେଇ ଦେଉ "ବାଇଗିଣି " ଆଧୁନିକ ଯୁବ ମନେ
ନହୁଅନ୍ତୁ ପଥଭ୍ରଷ୍ଟ ଯୁବା ପୀଢ଼ି ପ୍ରବୃତ୍ତି କୁତାଡ଼ନେ l
ବାଇଗିଣିର ମହତ୍ତ୍ୱ ବୁଝନ୍ତୁ ସଭିଁଏ ତିଳେ ତିଳେ
ଆହାରବିହାରଶୟନେ ବାଇଗିଣିର ତୀବ୍ର କିରଣେ l
ରବି ଦେବ ଦେଇଛନ୍ତି ଆମକୁ ତାଙ୍କ ସପ୍ତରଙ୍ଗ ଗୁଚ୍ଛ
କରିବାକୁ ଉନ୍ନତ ସଦା ଆମ ମଳିନ ଆସନ ସ୍ଵଚ୍ଛ l
ଗୃହେ ବନେ ପ୍ରାନ୍ତରେ ମନେ ଭରେ ଶାନ୍ତି ବାଇଗିଣି
ଜାମା କୁର୍ତ୍ତା ରଙ୍ଗ କରିବା ବାଇଗିଣି ଚାଲ ଏହି କ୍ଷଣି l
ହେ ବାଇଗିଣି! ମିଶିଯାଅ ଆଶୁ ଆମ ଚତୁର୍ପାଶ୍ୱେ
ଉପଢୌକନେ ତଵ ତେଜ ସଦା ଫୁଟି ଉଠୁ ବିଶ୍ୱେ l
ହୋଲିର ବାସନ୍ତୀ ବାସନାରେ ଉଦ୍ଭାସିତ ସର୍ବଜନେ
ଆଜି କରନ୍ତି ପ୍ରଚାର ଅସ୍ତିତ୍ୱ ଦିନମଣିଙ୍କ ସସମ୍ମାନେ l
ଫଗୁଖେଳ ନୁହେଁ କେବେ ଛୋଟିଆ ସନାତନୀର
ଷଡ଼ ରିପୁ ମନୁ ଛେଦି ଗାତ୍ର ଧୋଇ କରେ ନିର୍ବିକାର l
ଆସୁଥାଅ ହେ ଫଗୁଣୀ ବାଇଗିଣି ଧରା ଧାମେ ସତତ
ହୋଲିକା ଉତ୍ସବ ମାଧ୍ୟମେ ଭରିଦିଅ ମୈତ୍ରୀ ଅବିରତ l
