STORYMIRROR

Secret Superstar

Inspirational

3  

Secret Superstar

Inspirational

ଭାଗ୍ୟର ହୃଦୟ କଥା ମଣିଷ ପାଇଁ

ଭାଗ୍ୟର ହୃଦୟ କଥା ମଣିଷ ପାଇଁ

2 mins
222


ଅସହାୟ ନୁହେଁ ତୁ ନୁହେଁ ତୁ ଏକା 

ମୁ ତୋ ହୃଦୟ. ତୋ ଭାଗ୍ୟ ତୋ ଜନ୍ମ ଜନ୍ମ ର ସଖା ।


   କାହିଁ ଭାବୁ ତୁ ମୋତେ ତୋ ସୁଖର ବିରୋଧୀ 

     ତୋ ଜୀବନ ଅଦାଲତର ଏକମାତ୍ର ଅପରାଧୀ

   ତୋ ଅତୀତେ ତୋ ଭବିଷ୍ୟତେ

   ତୋ ସୁଖେ ତୋ ଦୁଃଖେ

       ପ୍ରତିଟି ସମୟେ 

      ତୋ ପାଖେ ମୁ ହେଇଛି ଠିଆ ।


ଅସହାୟ ନୁହେଁ ତୁ ନୁହେଁ ତୁ ଏକା 

ମୁ ତୋ ହୃଦୟ. ତୋ ଭାଗ୍ୟ ତୋ ଜନ୍ମ ଜନ୍ମ ର ସଖା ।


ହଁ ତୋ ରାଗିବା ଠିକ୍ କଥା

        ବିଫଳତା ପାଇଛୁ ଯେବେ କରି ବହୁ ଚେଷ୍ଟା   

   ତୁ ଖୋଜୁ ସିନା କିଛି ମୁହୂର୍ତ୍ତ ର ଖୁସି

        ଜିତି ଛୋଟ ବଡ ବାଜି 

   ମୁ ଚାହେଁ ତୋ ଜୀବନର ଖୁସି 

        ଜିତି ଜୀବନର ବାଜି

 ମାନୁଛି ଶାସ୍ତି ଦେଇଛି ଅନେକ ବାଛି ଛୋଟ ଛୋଟ ଭୁଲ ଏକ ଏକ 

         ମୁ ତୋ ହୃଦୟ ଜାଣେ ତୋ ବୈଶିଷ୍ଟ୍ଯ 

     ଜଣା ମୋତେ ତୋ ଦକ୍ଷତା ତୋ ଭାବି ସଫଳତା 

         ନୁହେଁ ପର ମୁ ତୋ ଆପଣାର

       ଜାଣେ ଜରୁରୀ କେତେ ସଂଘର୍ଷ ର


ଅସହାୟ ନୁହେଁ ତୁ ନୁହେଁ ତୁ ଏକା 

ମୁ ତୋ ହୃଦୟ ତୋ ଭାଗ୍ୟ ତୋ ଜନ୍ମ ଜନ୍ମର ସଖା ।


  ହଁ ହଁ ଆଶୁ ବହିଛି ମୋ ପାଇଁ ତୋ ଆଖିରୁ 

     ଝରିଛି ମଧୁର ହସ ବି ମୋ ପାଇଁ ତୋ ଓଠରୁ 

 ସାମ୍ନା କରିଛୁ ବିପଦ

        ପାଇଛୁ ମୋ ପାଇଁ ସଂପଦ

    ବିଶ୍ବାସ କର କରୁନାହିଁ ପରିହାସ 

     ନାହିଁ ବି ତୋ ପ୍ରତି ରାଗ ରୋଷ 

     ଗଢିବାକୁ ଚାହେଁ ତୋ ଧର୍ଯ୍ୟ ତୋ ସାହାସ ।

   

         ମୁ ତୋ ହୃଦୟ ଜାଣେ ତୋ ବୈଶିଷ୍ଟ୍ଯ 

     ଜଣା ମୋତେ ତୋ ଦକ୍ଷତା ତୋ ଭାବି ସଫଳତା 

         ନୁହେଁ ପର ମୁ ତୋ ଆପଣାର

       ଜାଣେ ଜରୁରୀ କେତେ ସଂଘର୍ଷ ର 

ଅସହାୟ ନୁହେଁ ତୁ ନୁହେଁ ତୁ ଏକା 

ମୁ ତୋ ହୃଦୟ ତୋ ଭାଗ୍ୟ ତୋ ଜନ୍ମ ଜନ୍ମ ର ସଖା ।


  ଭିନ୍ନ ନୁହେଁ ମୁ ତୋ କର୍ମର ସ୍ବରୂପ 

       କର୍ମଫଳ ମୋ ଛୋଟ ପ୍ରତିରୂପ 

    ସାରି ସଫଳତା ଭାର ନିଜ ପରିଶ୍ରମ କୁ ଦେଇ 

     କହୁ ସବୁ ବିଫଳତା ପାଇଁ ଭାଗ୍ଯ ଦାୟୀ

କେମିତି ଯାଉ ବୋଲି

        ସେ ପରିଶ୍ରମ ବି ମୋ ରୂପ ବୋଲି

   କାହିଁ ଭାବୁ ତୁ ମୋତେ ତୋ ସୁଖର ବିରୋଧୀ 

     ତୋ ଜୀବନ ଅଦାଲତର ଏକମାତ୍ର ଅପରାଧୀ

   ତୋ ଅତୀତେ ତୋ ଭବିଷ୍ୟତେ

   ତୋ ସୁଖେ ତୋ ଦୁଃଖେ

       ପ୍ରତିଟି ସମୟେ 

      ତୋ ପାଖେ ମୁ ହେଇଛି ଠିଆ

  ଅସହାୟ ନୁହେଁ ତୁ ନୁହେଁ ତୁ ଏକା 

ମୁ ତୋ ହୃଦୟ ତୋ ଭାଗ୍ୟ ତୋ ଜନ୍ମ ଜନ୍ମ ର ସଖା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational