STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ପହଲଗାଓଁ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ

ପହଲଗାଓଁ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ

1 min
360

   ପହଲଗାଓଁ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ
       ===============
ଧିକରେ ପିଶାଚଦଳ ତୁମ୍ଭେ ଉଗ୍ରବାଦୀ l ପହଲଗାଓଁରେ ବୁହାଇଲ ରକ୍ତ ନଦୀ ll ଉଗ୍ରବାଦୀ ନୁହଁ ସବୁ ମାତ୍ର ଆତ୍ମଘାତୀ l ନିଶ୍ଚୟ ପାଇବ ତୁମ୍ଭେ ଉପଯୁକ୍ତ ଶାସ୍ତି ll ଯେଉଁପତ୍ରେ ଭୁଞ୍ଜୁଥିଲ ତହିଁରେ ଛିଙ୍କିଲ l ନିରୀହ ଜନଙ୍କୁ ମାରି କିଲାଭ ପାଇଲ ll
କାର ବୃଦ୍ଧପିତା ପୁଣି କାର ବୃଦ୍ଧାମାତା l ଅବୋଧଶିଶୁ କାନ୍ଦଇ ଆହାକି ହିନସ୍ଥା ll ଜାୟା କାହାର କାନ୍ଦୁଛି ମୁଣ୍ଡ ପିଟି ପିଟି l କିପରି ତୁମ୍ଭର ଛାତି ନ ଯାଉଛି ଫାଟି ll ଧନ୍ୟରେ ବର୍ବର ତୁମ୍ଭ ପାଷାଣର ହିଆ l ପଞ୍ଜରାଭାଙ୍ଗିବ ତୁମ୍ଭ ରହି ଶୁଣୁ ଥାଆ ll ବର୍ବରତା ତୁମ୍ଭରେ ମୁଁ ପାରୁ ନାହିଁ କଳି l ମୃତକଙ୍କୁ ଜଣାଏ ମୁଁ ଅଶ୍ରୁ ଶ୍ରଦ୍ଧାଞ୍ଜଳୀ ll ପଦାଶ୍ରୟେ ଦିଅ ଗତି ଈଶ୍ଵରେ ମିନତି l ମନୁଷ୍ୟକୁ ସଦଜ୍ଞାନ ଦେବେ ବିଶ୍ୱପତି ll
               🙏🙏🙏
                   ଅର୍ଜୁନୀ
                  -----------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya poem from Inspirational