STORYMIRROR

Champabati Rana

Inspirational Others

4  

Champabati Rana

Inspirational Others

ବାପାମାନେ କୁଆଡେ ବହୁତ୍ ରାଗି

ବାପାମାନେ କୁଆଡେ ବହୁତ୍ ରାଗି

1 min
298

ମୁଁ ଶୁଣୁଛି.... ପୁଣି ସମସ୍ତେ କୁହନ୍ତି 
ବାପାମାନେ କୁଆଡେ ବହୁତ ରାଗି 
କଠୋର ଓ ଶକ୍ତ ସ୍ୱଭାବର 
ପୁଣି କୁହନ୍ତି  ତାଙ୍କ ମନଟା 
କୁଆଡେ ବହୁତ ନମ୍ର ଓ ଶାନ୍ତ 
କିନ୍ତୁ ମୁଁ ଯାହା ଦେଖିଛି 
ମୋ ବାପା ତ ସମସ୍ତଙ୍କଠୁ ଭିନ୍ନ 
କଠୋର ହେବା ତ ବହୁତ୍ ଦୂରର କଥା 
ରାଗରେ କଥା ପଦେ କହନ୍ତିନି 
ଛୋଟ ବେଳୁ ଦେଖିଛି ତାଙ୍କର
ହାଡ଼ଭଙ୍ଗା ପରିଶ୍ରମକୁ
କେତେବେଳେ ଘର ଚଲେଇବା ପାଇଁ 
ତ କେତେବେଳେ ପାଠପଢ଼ା ଖର୍ଚ ପାଇଁ 
ସଂସାରରେ ଦୁଃଖ କାହା ଜୀବନରେ ନାହିଁ
ହେଲେ ସବୁବେଳେ ଖୁସିରେ ରହିବାର 
ଅଭିନୟ ମୁଁ ତାଙ୍କଠୁ ଶିଖିଛି 
ବାପା ମଧ୍ୟ ବେଳେବେଳେ କାନ୍ଦନ୍ତି 
ପୁଣି ହସନ୍ତି କିଛି ନ ହେଲା ପରି 
କିଏ କହିଲା ବାପାମାନେ ବହୁତ୍ ରାଗି 
ବାପାମାନେ କଣ ନିଜପାଇଁ ସ୍ୱାର୍ଥପର 
ଅନ୍ୟର ଖୁସିରେ ନିଜକୁ ହଜେଇ ଦିଅନ୍ତି
ଅନେକ କିଛି ସ୍ୱପ୍ନକୁ ଭୁଲି 
ଅନ୍ୟପାଇଁ ଯେମିତି ବଞ୍ଚିଛନ୍ତି 
କିଏ କହିଲା ବାପାମାନେ ବହୁତ୍ ରାଗି
ଏତେ ସରଳ, ନିରୀହ ବ୍ୟକ୍ତିତ୍ୱଟେ 
କଣ ସଂସାରରେ ଖୋଜି ପାଇପାରିବ 
ହେଲେ ମୋ ଭାଗ୍ୟରେ ଏ ଖୁସି ଅଛି 
ତେଣୁ ମୁଁ କହେ ମୋ ବାପା ସମସ୍ତଙ୍କଠୁ ଭିନ୍ନ      l 








ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational