STORYMIRROR

Champabati Rana

Inspirational Others

4  

Champabati Rana

Inspirational Others

ବତି ଶିଖା.....

ବତି ଶିଖା.....

1 min
18

ସମସ୍ତେ କୁହନ୍ତି ତୁମେ ମୁଁ ଅଲଗା
ହେଲେ ମୁଁ ଜାଣିଛି ମୁଁ ତୁମ ସାଥି 
ତୁମେ ମୁଁ ଏକା ନାଆର ଯାତ୍ରୀ 
ଏକ ଦିଗର ବାରିଧି ପୁଣି 
ଏକ ନଦୀର ସ୍ରୋତ 
ହେଲେ ଗୋଟିଏ ଫରକ୍ 
ତୁମେ କହିପାର ଆଉ ମୁଁ ସହିଯାଏ 
ଏତିକି ମାତ୍ର.....
ମୁଁ ସମସ୍ତଙ୍କ ଜୀବନକୁ ଆଲୋକିତ କରେ
ତୁମେ ମଧ୍ୟ ମୋ ପରି
ଆରମ୍ଭରେ ମୋର ଖୁସି କହିଲେ ନ ସରେ 
ମୁଁ ତୀବ୍ର ବେଗରେ ଜଳେ 
ତୁମେ ମଧ୍ୟ ସେହିପରି 
ତୁମେ କହିପାର ନିଜ ଦୁଃଖ
ଆଉ ମୁଁ ସହିବାକୁ ବାଧ୍ୟ 
ଆଖିର ଲୁହକୁ ଆଖିରେ ମାରି 
ମୁଁ ଜଳିବି ତୁମେ ମଧ୍ୟ ଜଳିବ 
ମୁଁ ଜଳିଲେ ଲୋକଙ୍କୁ ବହୁତ ଖୁସି ମିଳେ 
ଆଉ ତୁମକୁ ଜାଳିଲେ ଲୋକଙ୍କ ଖୁସି 
ତୁମ ସହିବାର ସୀମା ମୋଠାରୁ କମ୍ ନୁହେଁ
ହେଲେ କହିବାର ସାମର୍ଥ୍ୟ ମୋର ନାହିଁ 
ହେଲେ ଦୁହିଁଙ୍କ ଅନ୍ତିମ ଅବସ୍ଥା ଏକାପରି
ମୁଁ ମଧ୍ୟ ଶେଷରେ ହତାସ ହୋଇ 
 ଆତ୍ମସାତ୍ ହୋଇଯିବି 
ଆଉ ତୁମେ ହେବ ପାଉଁଶ...... I      ✍️  _ Ritu...














ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational