STORYMIRROR

Champabati Rana

Inspirational

4  

Champabati Rana

Inspirational

ସୁଖଦୁଃଖର ସାଥି......

ସୁଖଦୁଃଖର ସାଥି......

1 min
25

କେବଳ ହଁ ନାହିଁ ରେ ଏ ଜୀବନ ଚାଲିଛି 
ସୁଖଦୁଃଖର ପସରାର ଅଭାବ ନାହଁ
ଦୁଃଖ ପାଖ ଛାଡି ଯିବାକୁ ଚାହେଁନି
ଆଉ ସୁଖ ଆସି କ୍ଷଣକରେ ଉଭେଇ ଯାଏ
ଠିକ୍  ସେହି କଳାହାଣ୍ଡିଆ ମେଘପରି.......l

ଦୁହେଁ ହିଁ ଏଇ ଜୀବନ ରଥର ସାରଥୀ 
ଜଣକ ବିନା ଅନ୍ୟଜଣେ ଏକାମୀ
ଜୀବନର ଅନ୍ଧକାରରେ ପୁଣି ଦୁହିଁଙ୍କ ଦେଖା 
ପୁଣି ଦୁହିଁଙ୍କ ମନରେ ଅନେକ ଆଶା 
ଠିକ୍ ଚନ୍ଦ୍ର ଆଉ କଇଁର ପ୍ରେମ ପରି.........l

ଏଠି ଅସ୍ତିତ୍ବର କଥା ନାହିଁ
ଅଛି ତ କେବଳ ଜୀବନର ଅକୁହା କଥା 
ଖୋଜିଲେ କେବଳ ଅସରନ୍ତି କୋହର ଭଣ୍ଡାର
ତା ଭିତରେ ମଧ୍ୟ କ୍ଷଣିକ ଖୁସିର ସନ୍ଧାନ 
ଠିକ୍ ତପନର କିରଣ ଓ ପଦ୍ମ ପରି.......l

ଜୀବନର ରାସ୍ତା ତ ପୁଣି ଏକ 
ତାହା ସୁଖ ହେଉ କି ଦୁଃଖର ସାଥୀ 
ଅନେକ ଝଡଝଞ୍ଜା ମଧ୍ୟରେ ବି 
ତାର ଗତିପଥ ଅନେକ କିଛି ଶିଖାଇ ଦିଏ
ଠିକ୍ ନଦୀର ପାଣି ପରି........ l

                                    ✍️_ Ritu

















ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational