STORYMIRROR

Champabati Rana

Inspirational

4  

Champabati Rana

Inspirational

ହଁ ମୁଁ କାନ୍ଦେ......

ହଁ ମୁଁ କାନ୍ଦେ......

1 min
11

ହଁ ମୁଁ ବେଳେବେଳେ କାନ୍ଦେ ପୁଣି ବହୁତ କାନ୍ଦେ 
କେବେ ଖୁସିରେ ତ କେବେ ଦୁଃଖରେ 
ପୁଣି କେବେ ଅପେକ୍ଷାରେ ତ 
କେବେ ପ୍ରୟାସ କଲାପରେ 
ହେଲେ ମୁଁ କାନ୍ଦେ.....
କେବେ ବାପାଙ୍କ ତ୍ୟାଗ ଦେଖି
କେବେ ଭାଇଙ୍କ ପ୍ରୟାସ ଦେଖି 
କେବେ ମାଆର ମମତା ଦେଖି 
ହେଲେ କାନ୍ଦେ ଅନେକ ମୁହୂର୍ତ୍ତରେ 
ମନେପଡେ ବହୁତ କଥା 
ଆଖିରୁ ଆପେ ଆପେ ଝରିଆସେ 
ବନ୍ୟାର ସୁଅପରି ମୁଁ ବୁଝିପାରେନି 
ଅନେକ ସମସ୍ୟାର ସମାଧାନକୁ 
ବେଳେବେଳେ ଅନେକ ସଫଳତାର 
ଶୀର୍ଷରେ ପହଂଚି ଖୁସି ହେବା ବଦଳରେ 
ମୁଁ କାନ୍ଦେ ହଁ 
ପୁଣି ବହୁତ କାନ୍ଦେ............ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational