ଜୀବନ
ଜୀବନ
ଜୀବନ ବଞ୍ଚିବାର ରାସ୍ତା ହିଁ ଏମିତି ଅଙ୍କାବଙ୍କା
ସେ ରାସ୍ତାରେ ଅନେକ ଫୁଲ ଆଉ କଣ୍ଟା
ବେଳେବେଳେ କଣ୍ଟାରେ ଚାଲିବା ମଧ୍ୟ
ବେଶ୍ ଖୁସି ଆଣିଦିଏ....
ଫୁଲ ଫୁଟିଥିବା ରାସ୍ତା ମଧ୍ୟ କେବେକେବେ
କଷ୍ଟ ଦେଇଥାଏ......
ସମୁଦ୍ରର ଢେଉ ପରି ତୀବ୍ରଗତିରେ ଆସୁଥିବା
ସ୍ବପ୍ନ ମଧ୍ୟ ବେଳେବେଳେ ଭାଙ୍ଗିଯାଏ
ସେହି କୋଇଲିର ମଧୁର ସ୍ୱରରେ......
ଜୀବନ ମାନେ ଆଉ କ'ଣ ଏଇତ....
କେବଳ ଦୁଃଖ ମଧ୍ୟରେ ସୁଖ ପୁଣି
ସୁଖ ମଧ୍ୟରେ ସୁଖର ଅନୁସନ୍ଧାନ ମାତ୍ର...... l
✍️_ ରିତୁ.....
