STORYMIRROR

Champabati Rana

Inspirational

4  

Champabati Rana

Inspirational

ମାଆ ❤️

ମାଆ ❤️

1 min
343

ଜାଣିଛ ସମୟ ବଦଳିଗଲାଣି 
ଦିନଥିଲା ସକାଳଠୁ ସଞ୍ଜ ଓଠରେ
କେବଳ ଗୋଟିଏ ନାଁ ଥିଲା 
ତାକୁ ନ ଦେଖିଲେ ଯେମିତି 
ସାରା ସଂସାର ଅନ୍ଧକାରମୟ ଲାଗୁଥିଲା 
ହେଲେ ଜାଣିଛ ସମୟ ବଦଳିଗଲାଣି 
ସାଙ୍ଗସାଥି ଅନେକ ସମୟ ମଧ୍ୟ ଅନେକ 
ହେଲେ ତାକୁ କେବେ ପଚାରିଛ 
ତା ଜୀବନର ଅକୁହା କଥା କେବେ ଶୁଣିଛ
କାହିଁକିନା ସମୟ ବଦଳିଗଲାଣି 
ଦିନ ଥିଲା ତା' ଓଠରୁ ଗୀତ ନ ଶୁଣିଲେ 
ନିଦ ଯେମିତି ଆସୁ ନ ଥିଲା 
ଆଜି ବେଶ୍ ଆରାମରେ ଶୋଇଯାଉଛ ତ
ତା ହାତରୁ ନ ଖାଇଲେ ତୁମ ଭୋକ ମେଣ୍ଟେନି 
ଆଜି ଏକା ବସି ଖାଇବା ବେଶ୍ ଶିଖିଗଲଣି 
ରାଗ ଲାଗେ ନା ଆଜି ତା କଥା ଶୁଣିବାକୁ 
ହେଲେ ସେ ଚାହିଁ ବସିଥାଏ 
ତୁମ ମୁହଁରୁ ପଦିଏ କଥା ଶୁଣିବାକୁ 
ତା'ର ବଡ଼ ସ୍ବପ୍ନ , ଇଚ୍ଛା କିଛି ନ ଥିଲା ତ 
ସେ ସ୍ବପ୍ନ ତୁମ ପାଇଁ ଦେଖୁଥଲା
କ'ଣ ତା' ପାଇଁ ସ୍ୱପ୍ନ ନ ଥିଲା କି ???
ତୁମେ ହିଁ ତ କୁହ ସମୟର ଅଭାବ 
ତା ପାଖରେ କ'ଣ କାମର ଅଭାବ ଥିଲା କି ???
ଥରେ ତା ପାଖକୁ ଯାଇ ତା ପାଖେ ବସି 
ମାଆ ବୋଲି ଡାକିଦିଅ ନା
ତା ମନର ଅକୁହା ପୃଷ୍ଠାକୁ ଥରେ ପଢିଦିଅ 
ହଁ ମାନୁଛି ସମୟ ବଦଳିଗଲାଣି 
ତଥାପି ଥରେ ପଚାରୁଛି.....
ସତରେ କ'ଣ ତୁମ ପାଖରେ ସମୟ ଅଭାବ କି ???



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational