ବାସ୍ତବତା ନା ସ୍ବପ୍ନ......
ବାସ୍ତବତା ନା ସ୍ବପ୍ନ......
ମଣିଷ ଯେତେବେଳେ ଘୋର୍ ନିଦରେ ଶୋଇପଡ଼େ
ସେ ଆସେ ପକ୍ଷୀଟିଏ ପରି ଡେଣାଝାଡି ଚାଲିଯାଏ
ପୁଣି ବେଳେବେଳେ ଖୋଲା ଆଖିରେ
ଭାସିଯାଏ ସେହି ଆକାଶର ମେଘପରି
କେବେ କେବେ ଶୋଇବାକୁ ଦିଏ ନାହିଁ
ଅକୁହା କୋହର ଭଣ୍ଡାର ସାଜିଯାଏ
ତାହା ବାସ୍ତବତା ନା କେବଳ ସ୍ବପ୍ନ........
ମଣିଷର ବଞ୍ଚିବାର ସାଥି ହୋଇଯାଏ
ପୁଣି ସଂଘର୍ଷର ଆଦ୍ୟାରମ୍ଭ ତା' ଠାରୁ
ଅନେକ କଥା କହିଯାଏ ଭାବନାରେ
ପୁଣି ବାସ୍ତବତାର ସାମ୍ନା ହୁଏ କଳ୍ପନାରେ
ବେଶ୍ ଖୁସିଦିଏ ସେହି କାଳରାତ୍ରି ମଧ୍ୟ
ହେଲେ ସକାଳ ତ ପୁଣି ଦୁଃଖପୂର୍ଣ୍ଣ
ଏହା ବାସ୍ତବତା ନା କେବଳ ସ୍ବପ୍ନ........
ମଣିଷ ବାନ୍ଧି ରଖିବାକୁ ଚାହେଁ
ସେହି ସ୍ବପ୍ନକୁ ସଜାଡି ରଖିବାକୁ ଚାହେଁ
ହେଲେ ସେ ତ କେଉଁ ଅଜଣା ପଥର ପଥିକଟିଏ
ସମୟ ହେଲେ ଚାଲିଯିବ ନିଜ ଦେଶକୁ
ଆଖି ପଲକରେ ଆସି ଉଭେଇ ଯିବ
ସେହି ସମୟର ଗତି ପରି
ଏହା ବାସ୍ତବତା ନା କେବଳ ସ୍ବପ୍ନ........
✍️ _ Ritu.....
