STORYMIRROR

Champabati Rana

Inspirational

3  

Champabati Rana

Inspirational

ବାସ୍ତବତା ନା ସ୍ବପ୍ନ......

ବାସ୍ତବତା ନା ସ୍ବପ୍ନ......

1 min
11

ମଣିଷ ଯେତେବେଳେ ଘୋର୍ ନିଦରେ  ଶୋଇପଡ଼େ 
ସେ ଆସେ ପକ୍ଷୀଟିଏ ପରି ଡେଣାଝାଡି ଚାଲିଯାଏ
ପୁଣି ବେଳେବେଳେ ଖୋଲା ଆଖିରେ 
ଭାସିଯାଏ ସେହି ଆକାଶର ମେଘପରି
କେବେ କେବେ ଶୋଇବାକୁ ଦିଏ ନାହିଁ 
ଅକୁହା କୋହର ଭଣ୍ଡାର ସାଜିଯାଏ 
ତାହା ବାସ୍ତବତା ନା କେବଳ ସ୍ବପ୍ନ........

ମଣିଷର ବଞ୍ଚିବାର ସାଥି ହୋଇଯାଏ
ପୁଣି ସଂଘର୍ଷର ଆଦ୍ୟାରମ୍ଭ ତା' ଠାରୁ 
ଅନେକ କଥା କହିଯାଏ ଭାବନାରେ 
ପୁଣି ବାସ୍ତବତାର ସାମ୍ନା ହୁଏ କଳ୍ପନାରେ 
ବେଶ୍ ଖୁସିଦିଏ ସେହି କାଳରାତ୍ରି ମଧ୍ୟ
ହେଲେ ସକାଳ ତ ପୁଣି ଦୁଃଖପୂର୍ଣ୍ଣ
ଏହା ବାସ୍ତବତା ନା କେବଳ ସ୍ବପ୍ନ........

ମଣିଷ ବାନ୍ଧି ରଖିବାକୁ ଚାହେଁ 
ସେହି ସ୍ବପ୍ନକୁ ସଜାଡି ରଖିବାକୁ ଚାହେଁ 
ହେଲେ ସେ ତ କେଉଁ ଅଜଣା ପଥର ପଥିକଟିଏ
ସମୟ ହେଲେ ଚାଲିଯିବ ନିଜ ଦେଶକୁ 
ଆଖି ପଲକରେ ଆସି ଉଭେଇ ଯିବ 
ସେହି ସମୟର ଗତି ପରି 
ଏହା ବାସ୍ତବତା ନା କେବଳ ସ୍ବପ୍ନ........

                                          ✍️ _ Ritu.....



















ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational