STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଛୁମନ୍ତର ବ୍ୟଥା

ଛୁମନ୍ତର ବ୍ୟଥା

1 min
268

କବିତା - ଛୁମନ୍ତର ବ୍ୟଥା
ରଚନା - ପଞ୍ଚାନନ ଜେନା
ତାରିଖ -୨୦-୦୪-୨୦୨୫

ହାରି ଯାଉଥିବା ବେଳେ
ଡରି ଯାଇଥିବା ବେଳେ
ମନରେ ରଖିବା ଗୋଟିଏ କଥା

ହୀମାଳୟର ଧଳା କିରୀଟ ବଡ଼ 
ନା ଵଚେନ୍ଦ୍ରୀ ପାଲର ସାହସ
ଆଠ ହଜାର ଆଠସହ ଅଡ଼ଚାଲିସ ଫିଟ୍ ଉଚ୍ଛ ଏଭରେଷ୍ଟ ଶୃଙ୍ଗ ବଡ଼ 
ନା ସନ୍ତୋଷ ଯାଦବର ହିମ୍ମତ
ପୃଥିବୀର ଉଚ୍ଚତମ ପର୍ବତଶୃଙ୍ଗ ବଡ଼ 
ନା ଅରୁଣିମା ସିହ୍ନାର ବାହାଦୁରୀ
ସାଗରମଥାର ଚୋଟି ବଡ଼ 
ନା କଳ୍ପନା ଦାସର ସାମର୍ଥ୍ୟ

ଥରେ ଭାବିନିଅ ମନରେ ମଗଜରେ
ଡର ଭୟ ମାରିବ କୁଦା
ଏକା ବେଳକେ ଛୁମନ୍ତର ବ୍ୟଥା

ଛାତି ଭିତରଟା ଧକ ଧକ କରିଲେ 
ପରୀକ୍ଷାରେ ବାରମ୍ବାର ଅକୃତକାର୍ଯ୍ୟ ହେଲେ
ଜିତୁଥିବା ଖେଳ ହାରିଯାଉଥିଲେ
ଛୋଟମୋଟ ଭୂଲ ପାଇଁ ଫଳଶୂନ ହେଉଥିଲେ
ମନକୁ ଆଣିବ ଏମିତି ପନ୍ଥା

ଇଂଲିଶ୍ ଚ୍ୟାନେଲ୍ ଲମ୍ବା 
ନା ଲଙ୍ଘିଥିବା ମିହିର ସେନ ଲମ୍ବା
ଶୀତଳ କୁମାରୀର ଅଭ୍ୟାସ ପ୍ରୟାସ ବଡ଼ 
ନା ପାରାଅଲମ୍ପିକରେ ର୍ଜିତିଥିବା ସ୍ଵର୍ଣ୍ଣ ପଦକ ବଡ଼

ଝାଳ ବହୁ ଅନବରତ ଅଭ୍ୟାସ ବଳେ
ନିୟମିତ ଶୃଙ୍ଖଳିତ ପ୍ରୟାସ ମୂଳେ
ସାରା ଜଗତ ପୃଜିବେ ସମୂଳେ
ସଫଳତା ଶୋଭିବ ମଥାନ କୂଳେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational