STORYMIRROR

Kalpana Kumari Pradhan

Inspirational

4  

Kalpana Kumari Pradhan

Inspirational

ଧରିତ୍ରୀ

ଧରିତ୍ରୀ

1 min
246


ଯାହାର କୋଳରେ ଏ ଜୀବଜଗତ ବସେ 
ସିଞ୍ଚି ସୁଧାବାରି ସଭିଙ୍କ ପରାଣ ତୋଷେ l

ପଦାଘାତ ସଙ୍ଗେ କେତେ କର୍ଷଣ ସହେ 
ସର୍ବଂସହା ଧରିତ୍ରୀ, ଜନନୀର ବାର୍ତ୍ତା ବହେl

ଆଜି ସେହି ବସୁମତୀ କିଆଁ ବିଷର୍ଣ୍ଣ 
ସବୁଜିମା ଧରଣୀ ହଜାଇଛି ତାର ବର୍ଣ୍ଣ l

ଧୂସର ଧରିତ୍ରୀ ଧୂମ୍ରମୟ ଆଜି ଦିଶେ 
ଅବିଚାରେ ମନୁଷ୍ୟ ପ୍ରକୃତିକୁ ନାଶେ l   

ବନ ଜୀବଜନ୍ତୁ ନିରାଶ୍ରୟେ ଲୋକାଳୟେ ଭ୍ରମନ୍ତି 
ବିକାଶ ନୁହେଁ ବିନାଶକୁ ନିମନ୍ତ୍ରଣ କରନ୍ତି l

ନଦୀ,ଗାଡ଼ିଆ, ବନ୍ଧ ସକଳ ଶୁଖି ଗଲାଣି
ଭୂତଲଜଳ ଧୀରେ ଧୀରେ ଶୂନ୍ୟ ହେଲାଣି l

ସୁରମ୍ୟ ପ୍ରାସାଦ ସଙ୍ଗେ କଂକ୍ରିଟ ସଡ଼କ 
ଭୁଲିଛି ମଣିଷ ମାଟି ସହ ସମ୍ପର୍କ l


Rate this content
Log in

Similar oriya poem from Inspirational