STORYMIRROR

Ps Rath

Romance Tragedy Inspirational

4  

Ps Rath

Romance Tragedy Inspirational

ଆଜି ପୁଣି ଝଗଡ଼ା ହେଇଗଲା ଆମ ଭିତ ରେ

ଆଜି ପୁଣି ଝଗଡ଼ା ହେଇଗଲା ଆମ ଭିତ ରେ

2 mins
9

ଆଜି ପୁଣି ଝଗଡ଼ା ହେଇଗଲା ଆମ ଭିତ ରେ 

କଣ ଇୟେ ଝଗଡ଼ା ଜିଦ୍ ର ଥିଲା ? 

ବାହାର କୁ ତ ଜିଦ୍ ର ଦେଖା ଯାଉଥିଲା 

କିନ୍ତୁ ଭିତ ରେ ଲଢ଼େଇ ଭୟ ର ଥିଲା 

ହଁ ଭୟ ର 

ଭୟ ମୋର 

ଏକ ଅଜଣା ମଣିଷ ସହ କିପରି ଚଳିବେ ବାପା ବୋଉ ମୋର 

କାଳେ ତାର କିଛି କଥା ମୋ ବାପା ମା ଙ୍କୁ କଷ୍ଟ ଦେବନି ତ?

ଆଉ ଭୟ ଥିଲା ତାର

କିପରି ଆପଣେଇବ ସେ ପୂର୍ଣ୍ଣ ରୂପେ ଅଜଣା ଦୁନିଆ କୁ ଆପଣାର 

କାଳେ ସେଠି କଷ୍ଟ ଦେବନି ତ କାହାର କଥା କାହାର ବ୍ୟବହାର।।


ମୁ ଜିଦ୍ କରି କହୁଥାଏ 

ତୁମେ କହାକୁ କିଛି କହିବନି କଟୁ କିଛି ଯେତେ ଯାହା ହେଲେ ବି 

ତୁମର ସବୁ ଅଭିଯୋଗ ଶୁଣିବି ମୁ 

ତୁମ ପାଇଁ ଲଢ଼ିବି ମୁ  

ଆଉ ସେ ଜିଦ୍ ରେ କହୁଥାଏ 

କହିଁକି ଶୁଣିବି ଯେ ନୀରବେ 

ମୋତେ ଯଦି କିଏ ଖରାପ କହିବା 

କି ଅସୁବିଧା ଅଛି ଉତ୍ତର ଦେବା ରେ ;

ଭୟ କେତେବେଳେ ଜିଦ୍ 

କେତେବେଳେ ଅହଂକାର 

ଆଉ କେତେବଳେ ଫାଟ ଆଣିଦେଉଥାଏ 

 ଆମ ସଂପର୍କ ର ମଝି ରେ ।।


ସନ୍ଧି ହେଇଗଲା ଶେଷ ରେ 

ଚିରାଚରିତ ପରି 

ହରିଗଲି ମୁ ପୁଣି ଥରେ 

ମୁ କଥା ଦେଲି ତାକୁ କେବେ ବି କହିବେନି କଟୁ କିଛି ତାକୁ ଆମ ଘରେ 

ଆଉ କିଛି ବି ମତାନ୍ତର ହେଲେ ତାର ମୋ ପରିବାର ଭିତ ରେ 

ସେଠି ସବୁ ଦୋଷ ନେଇଯିବି ମୁ ମୋ ଉପରେ 

ଆଉ ଏଇଟା ହିଁ ଦାୟିତ୍ୱ ରହିବ ମୋ ଉପରେ 

ସମତା ବଜାୟ ରଖିବା ପାଇଁ ତାର ଆଉ ପରିବାର ଭିତ ରେ ।।


ସବୁ ପରେ ଚୁପ୍ ଚାପ ବସି ଭାବୁଥାଏ ମୁ ନୀରବେ 

ସତ ରେ ଆମେ ପଚରିଚେ କି କେବେ 

କୋଉ ଝିଅ କୁ 

ସତ ରେ ସେ କଣ ଛାଡିକି ଆସୁଛି ନିଜ ଘର ଖୁସି ରେ ?

ନୂତନ ଘର ନୂତନ ସଂସ୍କାର ମାନିବାକୁ ବାଧ୍ୟ କାହିଁକି ସେ ?

ଛାଡ଼ି ନିଜ ଘର ପରିବାର ନିଜ ପିତା ମାତା ସ୍ନେହ ର ?

ନିଜ ପରିବାର ନିଜ ଘର ସହ ରହିପାରିବ ତ ସେ ଖୁସି ରେ 

ତୁଲାଇ ପାରିବ ଦାୟିତ୍ବ ନିଜର ଝିଅ ଭାବେ 

ଆଉ ପୁଅ ଟିଏ ବି ତ ଦାୟିତ୍ୱ ନେଇପାରିବ ନିଜ ପରିବାର ର ପିତା ମାତା ଙ୍କ ର 

ଆଉ ମିଳନ ହେବ ଯେବେ ଦୁଇ ଦାୟିତ୍ୱବାନ ମଣିଷ ଙ୍କ ର 

ସେ ଝିଅ ହେଉ ଅବା ପୁଅ ଜନମିବ ଦୁହିଁ ଙ୍କ ଠୁ ଯେ 

ତାର ଦାୟିତ୍ୱବାନ ରେ ସନ୍ଦେହ କି କରାଯାଇପାରେ ? 

କାହଁକି ହେବନି ଆପଣାର ସେ ସନ୍ତାନ ଟି ପରେ 

ଦୁଇ ପରିବାର ଭିତ ରେ 

ହେଇପାରେ ଏକ ନୂତନ ଭଲପାଇବା 

ଏକାଠି କରିଦେଇପାରେ ଦୁଇ ପରିବାରକୁ ଗୋଟେ ଛାତ ତଳେ 

ଆଉ ଏମତି ବି ହେଇପାରେ 

ଦୁଇ ଦୁଇ ଠୁ ଆରମ୍ଭ କରି ଅନେକ ପରିବାର ଏକାଠି ହେଇପାରେ 

ଆଉ କେତେବେଳେ ପୁରା ଦେଶ ଏକାଠି ରହିପାରେ ଗୋଟେ ଆକାଶ ତଳେ ..।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance