STORYMIRROR

Secret Superstar

Inspirational Children

3  

Secret Superstar

Inspirational Children

ସୁରୂଜ ଆଗରୁ ସୁରୂଜଙ୍କ ପରି

ସୁରୂଜ ଆଗରୁ ସୁରୂଜଙ୍କ ପରି

1 min
324

ସୂରୁଜ ଆଗରୁ ....ସୂରୁଜର ପରି

ପ୍ରଜ୍ବଳିତ ଆଲୋକେ

ନିଷ୍କପଟ ସତ୍ଯର ପ୍ରତୀକେ

ତୁମକୁ ଜୀବନଠୁ ବେଶୀ ଭଲପାଇବାକୁ ଚାହେଁ

ହେ ପରମପିତା ଜଗତ କରତା

ତୁମକୁ ପାଇବା ମୋ ଜୀବନର ଏକମାତ୍ର ଈଛା

ହେ ମୋର ପ୍ରିୟପରମ

କ୍ଷତାକ୍ତରେ ଭରା ମୋ ଜୀବନ

ଖୋଜେ ଆଜି ତୁମ ଭକ୍ତିର ମଲମ

ହେ ମୋର ....ପ୍ରିୟପରମ ।।


ସୂରଜର ପରି ଜଳିବାକୁ ଚାହେଁ

ଜିଇଁବାକୁ ଚାହେଁ

ତୁମରି ଆଦେଶେ ତୁମରି ଆଦର୍ଶେ

ମୋ ହୃଦର ସ୍ପନ୍ଦନ..

ଜାଗିଉଠୁ ପାଇ ତୁମ ପ୍ରେମର କିରଣ

ପ୍ରବୃତ୍ତିର ସାଥୀ ସବୁ ଯେତେ

ଛପିଯାଉ ତୁମ ଭକ୍ତିର ତେଜେ

ମଧ୍ୟାହ୍ନ ସୂରୂଜର ପରି

ତେଜି ଉଠୁ ମୋ କିଶୋର

ତୁମ ନିଷ୍ଠାର ଆବେଗେ

ହେ ପରମପିତା ଜଗତ କରତା

ତୁମକୁ ପାଇବା ମୋ ଜୀବନର ଏକମାତ୍ର ଈଛା

ହେ ମୋର ପ୍ରିୟପରମ

କ୍ଷତାକ୍ତ ରେ ଭରା ମୋ ଜୀବନ

ଖୋଜେ ଆଜି ତୁମ ଭକ୍ତିର ମଲମ

ହେ ମୋର ....ପ୍ରିୟପରମ ।।


ଅସ୍ତଗାମୀ ସୁରୂଜର ପରି

ଝଲସି ଉଠୁ ଜୀବନ ମୋ

ତୁମରି ଭଜନ କୀର୍ତ୍ତନେ

ଯଜନ ଯାଜନ ନୀତି ଈଷ୍ଟଭୃତି

କରିଲେ କଟେ ମହାଭୀତି

ତୁମରି ଏହି ନଭୁଲେ ମୁ କେବେ

ଏ ଜନମେ ଅବା ଆର ଜନମେ

ହେ ପରମପିତା ଜଗତ କରତା

ତୁମକୁ ପାଇବା ମୋ ଜୀବନର ଏକମାତ୍ର ଈଛା

ହେ ମୋର ପ୍ରିୟପରମ

କ୍ଷତାକ୍ତରେ ଭରା ମୋ ଜୀବନ

ଖୋଜେ ଆଜି ତୁମ ଭକ୍ତିର ମଲମ

ହେ ମୋର ....ପ୍ରିୟପରମ ।।


ସୂରୂଜର ଅସ୍ତେ ଚନ୍ଦ୍ରମାର ପରି

ମୋ ଯିବା ପରେ

ଥାଉ ମୋ ସ୍ମୃତିରେ

ଭକ୍ତି ତୁମରି

ଏତିକି ବିନତୀ ପାଶେ ତୁମର

ଶୟନେ ସପନେ ଅବା ଜାଗରଣେ

ଡୁବିଯାଉ ଜୀବନ ମୋ ତୁମ ନାମ ପ୍ରେମେ

ହେ ପରମପିତା ଜଗତ କରତା

ତୁମକୁ ପାଇବା ମୋ ଜୀବନର ଏକମାତ୍ର ଈଛା

ହେ ମୋର ପ୍ରିୟପରମ

କ୍ଷତାକ୍ତରେ ଭରା ମୋ ଜୀବନ

ଖୋଜେ ଆଜି ତୁମ ଭକ୍ତି ର ମଲମ

ହେ ମୋର ....ପ୍ରିୟପରମ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational