STORYMIRROR

Secret Superstar

Inspirational

4  

Secret Superstar

Inspirational

ଉଠରେ ଉଠରେ ଭାରତ ବାସୀ ଗଣ ...ଏବେ ବି ଖୋଜୁଛ କି ଇତିହାସର ଭୁଲ୍ ଚିହ୍ନ

ଉଠରେ ଉଠରେ ଭାରତ ବାସୀ ଗଣ ...ଏବେ ବି ଖୋଜୁଛ କି ଇତିହାସର ଭୁଲ୍ ଚିହ୍ନ

1 min
35

ଅଭିନନ୍ଦନ ....

   ଜଣାଏ ଭାରତମାତା ...

 ନିଜର ସଭି ସନ୍ତାନଙ୍କୁ 

  ମନେପକାଇ ସେ ଦିନ ...

ଆରେ ଉଠରେ ଉଠରେ 

       ଭାରତବାସୀଗଣ 

  ଏବେ ବି ଖୋଜୁଛ କି 

   ଇତିହାସର ଭୁଲ୍ ଚିହ୍ନ...

 ଦେଖାଯାଏ ନା ତୁମକୁ 

ଜଳୁଛି ଆଜି ମୋ ବର୍ତ୍ତମାନ ...

ଉଠରେ ଉଠରେ ...

  କୋହଭରା ସ୍ବରେ ...ଭାରତମାତା ଡାକେ 

ଆରେ ଉଠରେ ଉଠରେ 

       ଭାରତବାସୀଗଣ ।।


ବଡ ଅଜବ ଇଏ 

    ଅଜବ ତୁମର ଗୁଣ 

 ଈତିହାସର ଚରିତ୍ର ରେ ...ଭୁଲ୍ ଖୋଜି ...

   ମଣିଷ ଚିତ୍କାର କରେ 

 ବର୍ତ୍ତମାନ ର ନେତା ଆଗେ...ଅନ୍ଧ ବାଡି ଧରି 

    କରେ ଜୟ ଗୁଣ ଗାନ 

ସମ୍ମାନ ମିଳେ ଈତିହାସର ଭୁଲ ବଖାଣିଲେ 

 ବୁଝିହୁଏନା..

 ଦେଶ ଦ୍ରୋହୀ ସେ ବୁଲାଏ 

  କଲେ ବର୍ତ୍ତମାନ କୁ ନେଇ ପ୍ରଶ୍ନ 

ଉଠରେ ଉଠରେ ...

  କୋହଭରା ସ୍ବରେ ...ଭାରତମାତା ଡାକେ 

ଆରେ ଉଠରେ ଉଠରେ 

       ଭାରତବାସୀଗଣ ।।


ହେଇପାରେ ତୁମ କଥା ସତ 

         ଈତିହାସ ର ସବୁ କଥା ମିଛ

 ଭୁଲ୍ ଅନେକ ଅତୀତ ନେତାଙ୍କର 

କୁହନା କିପରି ସୁଧାରିବା ତାଙ୍କୁ 

      ଯେ ଦୂରେ ଆମଠୁ ।

 ଆସନା ଭୁଲ୍ ବାଛିବା ତାଙ୍କର 

  ଯେ ଏବେ ନେତା ଆମର 

ତାଙ୍କ ଭୁଲ୍ କୁ ତାଙ୍କୁ ଧରାଇ 

     କରିବା ପ୍ରୟାସ ତାଙ୍କୁ ସୁଧାରିବା ପାଇଁ 

  ବର୍ତ୍ତମାନର ଭାରତ 

 ଯାହା ଙ୍କ ନେତୃତ୍ବ ରେ ନିର୍ଭରଶୀଳ 

  ଅତୀତ ର ସିନା କେବଳ ହେବ ଆଲୋଚନା 

    ଭାରତର ଉନ୍ନତି କୁ ମିଳିବ କଣ ?

ଉଠରେ ଉଠରେ ...

  କୋହଭରା ସ୍ବରେ ...ଭାରତମାତା ଡାକେ 

ଆରେ ଉଠରେ ଉଠରେ 

       ଭାରତବାସୀଗଣ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational