STORYMIRROR

Kalandi pal

Inspirational

3  

Kalandi pal

Inspirational

ପୁରୁଷ ଉତ୍ତମ ତୁମେ ସର୍ବୋତ୍ତମ

ପୁରୁଷ ଉତ୍ତମ ତୁମେ ସର୍ବୋତ୍ତମ

1 min
177

ଜଗତ ଜୀବନ ହେ ଚକାନୟନ

ତୁମେ ଜଗଦ୍ଧାତ୍ରୀ ତୁମେ ଜନାର୍ଦ୍ଦନ

ତୁମେ ଭଗବନ୍ତ ତୁମେ ହିଁ ଭାବନ

ଅନନ୍ତ ସାଗରେ ଅନନ୍ତ ଶୟନ.

   ଲକ୍ଷ୍ମୀ ସେବନ୍ତି ଚରଣ.

ପ୍ରଭୁ, ତୁମେ ସ୍ୱୟଂ ପରଂବ୍ରହ୍ମ. l0l


ପୁରୁଷ ଉତ୍ତମ ତୁମେ ସର୍ବୋତ୍ତମ

ନରଶ୍ରେଷ୍ଠ ଅବା ତୁମେ ନରୋତ୍ତମ

ହେ ମଧୁ ସୂଦନ ହେ ମଧୁ ନୀଭନ

ବାଳ କାଳେ ଟେକି ଗିରିଗୋବର୍ଦ୍ଧନ

   ରଖିଲ ଯାଦବ ମାନ.

ପ୍ରଭୁ, ତୁମେ ସ୍ୱୟଂ ପରଂବ୍ରହ୍ମ. l1l


ଚତୁର୍ବେଦ ଆତ୍ମା ତୁମେ ବେଦାତ୍ମାନ

ବେଦ ପୁଣ୍ୟଶ୍ଳୋକ ଆହେ ନିରଞ୍ଜନ

ତୁମେ ବୈରୋଚନ ତୁମେ ବର୍ଦ୍ଧମାନ

ବେଦ ମଧ୍ୟେ ଦିଅ ପୁଣ୍ୟ ବ୍ରହ୍ମଜ୍ଞାନ

   ଲଭେ ପୁଣ୍ୟ ଏ ଜୀବନ.

ପ୍ରଭୁ, ତୁମେ ସ୍ୱୟଂ ପରଂବ୍ରହ୍ମ. l2l


ନୀଳାଚଳ ଧାମ ସୃଷ୍ଟି ଶ୍ରେଷ୍ଠ ତୁମ

ଶ୍ରେଷ୍ଠ ଧାମେ ପ୍ରଭୁ ପରଖି ଜୀବନ

ତୁମେ ଚାରିଧାମ ଚିର ସନାତନ

ଦିବ୍ୟଦୃଷ୍ଟି ତୁମ ଜନମ ମରଣ.

   ଏଇ ତ ଦିବ୍ୟ ଦର୍ଶନ.

ପ୍ରଭୁ, ତୁମେ ସ୍ୱୟଂ ପରଂବ୍ରହ୍ମ. l3l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational