ରକ୍ଷା ବନ୍ଧନ ରାକ୍ଷୀ ନୁହେଁ
ରକ୍ଷା ବନ୍ଧନ ରାକ୍ଷୀ ନୁହେଁ
ରାକ୍ଷୀ ନୁହେଁ ଖାଲି ସୂତା ଖିଅ ଖଣ୍ଡେ
ରାକ୍ଷୀ ତ ସ୍ନେହର ବନ୍ଧନ
ହାତେ ବନ୍ଧା ଥିଲେ ଜନ୍ମ ଜନ୍ମ ପାଇଁ
ବିପଦ କରେ ସେ ଖଣ୍ଡନ।
ରାକ୍ଷୀ ତ ସ୍ନେହ ର ବନ୍ଧନ ।
ବାନ୍ଧି ଥିଲେ ରାକ୍ଷୀ ସୁଭଦ୍ରା ଭଉଣୀ
ଜଗା ବଳିଆଙ୍କ ହାତେ
ଏମିତି ବନ୍ଧନ ଦେଖିଲା ଜଗତ
ରଖିଲେ ନିଜର ପାଖେ
ଭାଇ ଭଉଣୀର ପବିତ୍ର ସମ୍ପର୍କ
ଏହି ପରା ରକ୍ଷା ବନ୍ଧନ
ରାକ୍ଷୀ ତ ସ୍ନେହ ର ବନ୍ଧନ ।
ସୂତା ଖିଅ ଖଣ୍ଡେ ବାନ୍ଧି ଥିଲେ କୃଷ୍ଣା
କୃଷ୍ଣ ହାତେ ସରଧାରେ
ରଖିଲେ ମହତ କୋଟି ବସ୍ତ୍ର ଦେଇ
ଭାରି ସଭାର ମଧ୍ୟରେ
ରାକ୍ଷୀର ମହତ୍ତ୍ଵ ବୁଝିଛି ଯିଏରେ
ସିଏ ତ ମହତ ଜନ
ରାକ୍ଷୀ ତ ସ୍ନେହ ର ବନ୍ଧନ।
