STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଜୟୀ ରାଜଗୁରୁ

ଜୟୀ ରାଜଗୁରୁ

1 min
264

ସେ ଥିଲେ କିମ୍ବଦନ୍ତୀ ପୁରୁଷ

ସୌର୍ଯ୍ୟରେ ପୂର୍ଣ୍ଣ

ରାଜନୀତି ନିପୂଣ

 ମୁଖ ଥିଲା ଚିର ହସ ହସ।

ପିତା ଚାନ୍ଦ ରାଜଗୁରୁ

ମାତା ହାରାମଣୀ

ତାଙ୍କ କୋଳ କରିଲେ ମଣ୍ଡନ

କାର୍ତ୍ତିକ ଶୁକ୍ଳ ଅଅଁଳା ନବମୀ ଦିନ।


ପିତାଙ୍କର ଅନ୍ତେ ଖୋରଧା ରାଜାଙ୍କ

 ରାଜଗୁରୁ ପଦେ ରହି

ଯେତେ ବାଧା ବିଘ୍ନ ଆସିଥିଲା ପଥେ

 ଦେଲ ଯେ ତାକୁ ଏଡେଇ।


ଖୋରଧା ଗଡର ସୁରକ୍ଷା ପାଇଁ କି

ବଜ୍ର ଶପଥ ନେଲ

ଦୁର୍ଦ୍ଦଷ ବ୍ରିଟିଶ ଟାଣୁଆ ଛାତିକି

 ସହଜେ ହଲାଇ ଦେଲ।


କୋଣ ଅନୁକୋଣ ଓଡ଼ିଶା ମାଟିର

 ପାଇକ ପୁଅଙ୍କୁ ଧରି

ଶିଖାଇଲ ରଣ କୌଶଳ ଯେ ତୁମେ

 ଢାଲ ତଲୁଆର ଧରି।


ତୁମ କୌଶଳରେ ହାରିଲା ଫିରିଙ୍ଗି

 କରି ସେ ଫିକର ଫନ୍ଦି

ଚୁଗୁଲିଆଙ୍କୁ ସେ ହାତ କରି ଶେଷେ

 କରିଲା ଜୟୀଙ୍କୁ ବନ୍ଦୀ।


ଅନ୍ୟାୟ ବିଚାର କରି ସେ ଜୟୀଙ୍କୁ

 ବାଘ ତୋଟା ବର ଡାଳେ

ନିର୍ମମ ଭାବରେ ମାରିଲା ତାହାଙ୍କୁ

 ନୟନୁ ଲୋତକ ଝରେ।


ରହିଗଲା କଥା କାଳ କାଳକୁ ଯେ

 ସମୟ ରହିଲା ସାକ୍ଷୀ

ଜୟୀ ଆ ପଛେ ଜୀବନ ଦେଲା

 ନିଜର ମାନ ରଖି।


ରାଜଗୁରୁଙ୍କ ଜୀବନୀ ପଢ଼ି

 ମିଳିଲା ଏହି ଶିକ୍ଷା

ମାଆର ପାଇଁ ଜୀବନ ଦେବା

 କରିବା ମାଆ ସୁରକ୍ଷା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational