କ'ଣ ନେବ କୁହ
କ'ଣ ନେବ କୁହ


ଜଳରୁ ଜୀବନ ମଶାଣିରେ ଲୀନ
କିସ ପାଇଁ ଅଭିମାନ
ଏ ଶରୀର ଦିନେ ମାଟିରେ ମିଶିଵ
କର୍ମ ହିଁ ରଖିବ ମାନ ।
ଉଡିଯିବ ଜଳି ରହିଯିବ କାଳି
କରିଥିବ ଯେତେ କଳି
ଜନମିବା ଠାରୁ ମାରିବା ଯାଏଁ ହେ
ଘଡ଼ିଏ ରହିଛି ବଳି ।
ରକ୍ତ ମାଂସ ଦେହ ମାଟିରେ ମିଶିଵ
କରୁଥିବେ କେତେ ଗାଳି
ଗର୍ବ ଅହଂକାରେ ପନ୍ତିର ଜାଲରେ
ଯାଉଛ କାହିଁ ହେ ଗଳି ।
ଧନ ଆଣି ତୁମେ ଯେତେ ସଞ୍ଚିଥିଲ
ଵଂଶୀ ମାରି ତଣ୍ଟି ଭାଗେ
ଖଇ କଉଡ଼ିରେ ଅଚଳା ପଇସା
ଫିଙ୍ଗୁଥିବେ ମଡା ଆଗେ ।
ବିଳାସ ବ୍ୟସନେ ଶଯ୍ୟାକୁ ସଜାଅ
କରି କେତେ ନରମତା
ବୋହି ନେଉ ଥିବେ କୋକେଇକୁ ତୁମ
ଶଯ୍ୟାରେ ଥିବ ହେ ବତା ।
ରେଷ୍ଟୁରାଣ୍ଟ ବୁଲ ଜିହ୍ଵା ରୁଚି କରି
ବିନା ମାଂସେ ଭୁଞ୍ଜ ନାହିଁ
ଗାଆଁ ମୁଣ୍ଡେ ନେଇ ଖାଦ୍ୟ ଦେଉ ଥିବେ
ପାଟିରେ ଗଳିବ ନାହିଁ ।
ସୁନ୍ଦରତା ପରା ଉତୁରି ଜଳିବ
ରହିଯିବ ମାଂସ ଥଳି
ନୟନ ଯୁଗଳେ ଅନ୍ୟକୁ ଇଶାରି
ମାର କାହିଁ ତୁମେ ତାଳି ।
କେତେ ସରାଗରେ ନୂଆଁ ପୋଷାକରେ
ଦେଖାଅ ହେ ଧାଇ
ଁ ଧଇଁ
ଜୁଇର ନିଆଁରେ ରଜକ ଟାଣିବ
ବସ୍ତ୍ର ହେ ରହିବ ନାହିଁ।
କେତେ ଜତନରେ ଦାମୀ ବର୍ତ୍ତନରେ
ଭୋଜନ ସ୍ୱାଦେ ଜଞ୍ଜାଳି
ମାଟି ଖପରାରେ ପିଣ୍ଡ ଥୋଇଦେଇ
ନଦୀ ତୀରେ ତିଳାଞ୍ଜଳି ।
ସୁଗନ୍ଧ ସୁବାସେ ଅତର ଲଗାଇ
କରୁଥିଲ ଯେତେ ନାଟ
ଗୋବର ପାଣିକୁ ଉଖାଳନ୍ତି ନେଇ
ଯାଇଛ ଯେତେ ହେ ବାଟ ।
କେତେ ସାରାଗରେ ଘର ତିଆରିଲ
ଶରୀର ସୁଖକୁ ନେଇ
ଯୁଗ ଯୁଗ ଧରି ଗଛ କୋରଡରେ
ଦେବେ ହେ ତୁମକୁ ଥୋଇ ।
ରାଗ ଅଭିମାନ ତାମସା ବଚନ
ମନୁ କରିଦେଇ ଦୂର
ଗର୍ବ ଅହଂକାର ଲୋଭ ପରିହାର
ସଂସାରେ ହେବ ହେ ସାର ।
ମିଠା ବଚନରେ ମୁଖ ସ୍ୱିତିଧାରେ
ଲାଗିଥାଅ ତୁମ କର୍ମେ
ତୁମେ ଗଲାପରେ ଝୁରୁଥିବେ ସର୍ବେ
ହୃଦୟରୁ ମର୍ମେ ମର୍ମେ ।
ସତ କର୍ମ କରି ଭଜୁଥାଅ ହରି
କର୍ମକୁ ନିଅ ଆଦରି
ଗଲାବେଳେ ଭାଇ ୟାକୁ ନେଇ ଯାଇ
ଚାଲିଯିବ ସ୍ୱର୍ଗପୁରୀ ।
ଆଣିନାହଁ କିଛି ନେବ ନାହିଁ କିଛି
ମଣିଷ ଜୀବନ ଶୂନ
କର୍ମ ଫଳେ ତୁମେ ଅର୍ଜନ ଅରିଛ
କର୍ମର ବିହୁନେ ଆନ ।