STORYMIRROR

Pratikshya Senapati

Inspirational

3  

Pratikshya Senapati

Inspirational

ଝୁଲଣରେ ରାଧାମୋହନ

ଝୁଲଣରେ ରାଧାମୋହନ

1 min
206

କହ୍ନେଇ ଡାକୁଛି ଆସ ଆସ ରାଧା

ଆଜି ତ ଝୁଲଣ ଖେଳ।

ଗହ୍ମାଝୁଲଣରେ ଝୁଲିବା ସରାଗେ

ହୋଇ ହରଷିତ ମେଳ।


ଚନ୍ଦନ ଚର୍ଚ୍ଚିତ ପୀତ ପରିଧାନ

କର୍ଣ୍ଣରେ ଶୋହେ କୁଣ୍ଡଳ।

ବାଙ୍କ ଚାହାଣୀରେ ବେଣୁ ପାଣି ଆସେ

ମଥାରେ ଗୁଞ୍ଜରା ମାଳ।


ଢଳଢଳ ଛନ୍ଦେ ଚାଲେ ବନମାଳୀ

ରାଧା ତନୁ ପୁଲକିତ।

ଅରବିନ୍ଦ ଦେଖି ସକାଳ ସବିତା

ମନ ପ୍ରାଣ ଉଲ୍ଲସିତ।


ହୃଦ ଦଉଡ଼ିରେ ବାନ୍ଧିଛି ମୁଁ    

ଦୋଳି ଅନଙ୍ଗ ଦହୁଛି ଦେହ।

ନୀଳନୟନା ଗୋ ନୟନେ ହାଣୁଛ

ଶୃଙ୍ଗାର ମଦର ମୋହ।


ସୁମନ ଫୁଲରେ ଦୋଳି ବାନ୍ଧି ଅଛି

ଭକ୍ତି ଶ୍ରଦ୍ଧା ସମର୍ପଣ।

ହୃଦୟ ଦୀପରେ ଅଶ୍ରୁର ତେଲରେ

ଆତ୍ମା ବଳିତା ଅର୍ପଣ।


ଝୁଲାରେ ଝୁଲା ଝୁଲା ଝୁଲଣ ଝୁଲା

ରାଧାମୋହନ ଝୁଲା।

ସୁରଙ୍ଗ ଅଧରେ ମୂରାଲୀ ବାହୁଛି

ଦେଖ ମୋ କହ୍ନେଇ ଭଲା।


ରାଧା ଦାମୋଦର ଅତି 

ମନୋହର ଆଖି ତ ଯାଇଛି ଲାଖି।

ସେ ଦିବ୍ୟ ଦର୍ଶନ ଚମକାଇ ଦିଏ

ଫେରାଇ ପାରୁନି ଆଖି।


କଥା ଦେଇଛନ୍ତି ଆସିବେ ମୋ ପାଶେ

ନାନା ରଙ୍ଗେ ଗୀତ ଗାଇ

ମନ ଦର୍ପଣରେ ଫୁଲ ବରଷିବେ

ଗାଢ ଆଲିଙ୍ଗନ ଦେଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational