STORYMIRROR

Pratikshya Senapati

Inspirational

3  

Pratikshya Senapati

Inspirational

ସମ୍ପର୍କର ନଦୀ ତୀରେ

ସମ୍ପର୍କର ନଦୀ ତୀରେ

1 min
245

ଜୀବନ ରାସ୍ତାରେ ଚାଲୁ ଚାଲୁ ଦିନେ

ଭେଟ ହୁଏ ନାୟିକାଟି।

ବାର୍ତ୍ତାଳାପ ଛଳେ ମଧୁର ଆଳାପେ

ମନେ ଭରେ ପ୍ରେମ ଚିଠି।


ସେହି ଦିନ ଠାରୁ ମନ ମୋ ଅସ୍ଥିର

କେଉଁଠି ହୁଏନା ସ୍ଥିର।

ଅଜାଣତରେ ମନ ବସା ବାନ୍ଧେ

ସମ୍ପର୍କର ନଦୀ ତୀର।


ହୃଦ କନ୍ଦରରେ ମନ ମନ୍ଦିରରେ

ସଜ ଫୁଲ କଲି ଶେଯ।

ଫୁଲର ଗାଲିଚା ବିଛାଇ ଦେଇଛି

ମାଦକତା ପ୍ରୀତି ରଜ।


ମୁକୁଳା କବରୀ ଚୁର୍ଣ୍ଣ କୁନ୍ତଳରେ

ଢାଳୁ ଥିଲା ପ୍ରେମ ରସ।

ହୃଦ ଫରୁଆରେ ସାଇତି ରଖିଛି 

ମିଠା ମିଠା ଚୁନା ହସ।


ନିଦ ଲାଗୁଥିଲେ ଶୋଇ ହୁଏ ନାହିଁ

ଭୋକରେ ହୁଏନି ଖାଇ।

ଶ୍ରାବଣ ଆସିନି ଫଗୁଣ ଛୁଇଁନି

ସ୍ପନ୍ଦିତ ହିଆ ଦହି।


ବକୁଳର ବାସ୍ନା ଛୁଟି ଆସେ ପାଶେ

ଚହଲା ସମୀର ତାଳେ।

ନବବଧୂ ସାଜେ ପୂନେଇ ଜହ୍ନରେ

ତାରା ପଂକ୍ତିଙ୍କର ମେଳେ।


ଲାଜ ଫଗୁ ବୋଳା ପଦ୍ମ ମୁଖ ତା'ର

ମନକୁ ମୋ ଦୋହଲାଏ।

ପହିଲି ପୁଲକ ପୂର୍ଣ୍ଣତା ପ୍ରାପ୍ତିରେ

ଦେହକୁ ଭିଜାଇ ଦିଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational