STORYMIRROR

Pratikshya Senapati

Inspirational

3  

Pratikshya Senapati

Inspirational

ଭକ୍ତର ଭଗବାନ

ଭକ୍ତର ଭଗବାନ

1 min
164


ଭକତ ନୁହେଁ ମୁଁ ସେବିକା ନୁହେଁ ମୁଁ

ନୁହଁଇ ମୁଁ ଦେବଦାସୀ,

ବନ୍ଧୁ ଭାବ ନାହିଁ ସଖା ପଣ ନାହିଁ

ସମର୍ପଣ ଶୂନ୍ୟ ରାଶି।


ଜପ ମୁଁ କରୁନି ତୋ ନାମ ଧରୁନି

ଅର୍ପଣ କରୁନି ପୂଜା,

ନୈବେଦ୍ୟ ବାଢୁନି ନିର୍ମାଲ୍ୟ ସେବୁନି

ଉଡାଉନି ତୋର ଧ୍ଵଜା।


ତଥାପି ନିଜର ଅତି ଆପଣାର

ମନେ ଭାବି କରେ ଅଳି,

ଅବାଧ ପ୍ରବେଶ ଅଧିକାର ବାଢେ

ଊଣାହେଲେ ଦିଏ ଗାଳି।


ସଂସାର ରକ୍ଷକ ଜଗତ ପାଳକ

ବିଶାଳ ହୃଦୟ ତବ,

ପର ଆପଣାର ଭାବ ତୋର ନାହିଁ

ସର୍ବ ସମକ୍ଷ ରେ ଜୀବ।


ପାପ ତାପ ହରୁ ଗତି ମୁକ୍ତି ଦେଉ

ଜଗତ ଜୀବନ ସ୍ଵାମୀ,

ଅନ୍ତରର କଥା ବୁଝି ପାର ବୋଲି

ନାମ ତୁମ ଅନ୍ତର୍ଯ୍ୟାମୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational