STORYMIRROR

Pratikshya Senapati

Classics

3  

Pratikshya Senapati

Classics

ଠାକୁର

ଠାକୁର

1 min
163


ଭାବ ବିନୋଦିଆ ଭାବର ଠାକୁର 

ଭକତ ବତ୍ସଳ ହରି। 

ନିଳାଦ୍ରୀ ନଗରେ କମ୍ବୁ କଟକରେ 

ବିରାଜିଛ ଚକ୍ରଧାରୀ। 

କରୁଣା ସାଗର କର ହେ କରୁଣା 

କୃପା ବାରିଧି ଵୁହାଇ। 

ଯେତେ ପାପ ପଙ୍କ ଲାଗିଛି ଶରୀରେ 

ସବୁ ଯାଉ ଧୋଇ ହୋଇ। 

ପୂଣ୍ୟ କାମ କିଛି କରିନି ଜୀବନେ 

ସେବି ନାହିଁ ସାଧୁ ସନ୍ଥ। 

ଧନ ଲୋଭ ମୋହ ଆତ୍ମ ଗାରିମାରେ 

ହୋଇ ଅଛି ମୁହିଁ ଅନ୍ଧ। 

ବିଷୟା ଜଞ୍ଜାଳେ ଜୀବନ ବିତାଏ 

ଉବୁଟୁବୁ ସଂସାର ରେ। 

ଆଖିରେ ପଟଳ ମାୟା ମୋହ ଜାଲ 

ଲୋଭରେ ମୁଁ ବୁଡି ମରେ। 

ଦିନେ ହେଲେ ଯାଇ ନାହିଁ ଦେବାଳୟ 

ବସି ନାହିଁ ସତ୍ସଙ୍ଗେ 

ସାଧୁଜନ ଙ୍କର ମହତ ବାଣୀଙ୍କୁ 

ନେଇ ନାହିଁ ନିଜ ଅଙ୍ଗେ। 

କଇବଲ୍ୟ ଦାତା ଦୁଃଖୀଜନଙ୍କର 

ପିତା ମାତା ଧନ ଜନ। 

ତୋନାମ ଅଟ ଇ ସୁଖ ଶାନ୍ତି ଘର 

ଅନ୍ୟଥା କିପ୍ରୟୋଜନ। 




ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Classics