ଠାକୁର
ଠାକୁର


ଭାବ ବିନୋଦିଆ ଭାବର ଠାକୁର
ଭକତ ବତ୍ସଳ ହରି।
ନିଳାଦ୍ରୀ ନଗରେ କମ୍ବୁ କଟକରେ
ବିରାଜିଛ ଚକ୍ରଧାରୀ।
କରୁଣା ସାଗର କର ହେ କରୁଣା
କୃପା ବାରିଧି ଵୁହାଇ।
ଯେତେ ପାପ ପଙ୍କ ଲାଗିଛି ଶରୀରେ
ସବୁ ଯାଉ ଧୋଇ ହୋଇ।
ପୂଣ୍ୟ କାମ କିଛି କରିନି ଜୀବନେ
ସେବି ନାହିଁ ସାଧୁ ସନ୍ଥ।
ଧନ ଲୋଭ ମୋହ ଆତ୍ମ ଗାରିମାରେ
ହୋଇ ଅଛି ମୁହିଁ ଅନ୍ଧ।
ବିଷୟା ଜଞ୍ଜାଳେ ଜୀବନ ବିତାଏ
ଉବୁଟୁବୁ ସଂସାର ରେ।
ଆଖିରେ ପଟଳ ମାୟା ମୋହ ଜାଲ
ଲୋଭରେ ମୁଁ ବୁଡି ମରେ।
ଦିନେ ହେଲେ ଯାଇ ନାହିଁ ଦେବାଳୟ
ବସି ନାହିଁ ସତ୍ସଙ୍ଗେ
ସାଧୁଜନ ଙ୍କର ମହତ ବାଣୀଙ୍କୁ
ନେଇ ନାହିଁ ନିଜ ଅଙ୍ଗେ।
କଇବଲ୍ୟ ଦାତା ଦୁଃଖୀଜନଙ୍କର
ପିତା ମାତା ଧନ ଜନ।
ତୋନାମ ଅଟ ଇ ସୁଖ ଶାନ୍ତି ଘର
ଅନ୍ୟଥା କିପ୍ରୟୋଜନ।