STORYMIRROR

Papu parida

Classics Inspirational Others

3  

Papu parida

Classics Inspirational Others

ଏ ଜୀବନ

ଏ ଜୀବନ

1 min
187

ଏ ଜୀବନ

ଏବେ ମତେ ହରେଇ କି ଦେଖା

ମୁଁ ନୁହେଁ

ମୋ ପରିଶ୍ରମ ବଦଳେଇବ ମୋ ଭାଗ୍ୟରେଖା।


କେତେଥର ଭାଙ୍ଗିଛୁ

ମୋ ମନୋବଳ କ'ଣ ଆଉ ଭାଙ୍ଗିବି

ପ୍ରତିଦିନ ତୋତେ

ହରେଇ ମୁଁ ସାଗର ବି ଲଙ୍ଘିବି।


ଇର୍ଷା କରିବୁ ତୁ ଯେବେ

ଦେଖିବୁ ମୋତେ ଓ ମୋ ସଫଳତା

ସଂକଳ୍ପ ନେଉଛି ତୋତେ

ହରେଇ ମୁଁ ହେବି ଜଗତଜିତା।


ଲୋକ କହନ୍ତି ଯେ

ଭାଗ୍ୟରେଖା କେହି ବଦଳେଇ ପାରନ୍ତି ନାହିଁ

କିନ୍ତୁ ମୋତେ ଲାଗେ

ଏପରି କହୁଥିବା ଲୋକ କେବେ ଚେଷ୍ଟା କରିନାହିଁ।


ନିଶ୍ଚୟ ହାରିବୁ ତୁ

ଜିତିବି ମୁଁ ଆଉ ମୋ ପରିଶ୍ରମ

ମୁଣ୍ଡ ନୂଆଇବା ସର୍ବେ

ରହିବ ମୋହରି ନାମ ଓ କାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics