STORYMIRROR

Sanjya Tripathy

Classics

3  

Sanjya Tripathy

Classics

ମୃତ୍ୟୁ ଚେତନା ଜୀବନ୍ତ

ମୃତ୍ୟୁ ଚେତନା ଜୀବନ୍ତ

1 min
221

ମୃତ୍ୟୁ ଚେତନା ଜୀବନ୍ତ

ହେବାର ବେଳ

ଡାଏରୀ ଅଜ୍ଞାତ ବାସର

ପରଭେଦୀ ପ୍ରସ୍ମାନ, ପରାହତ କାମନାର ହୋଲି

ଅବସନ୍ନ ମୁହଁରେ ବିଷାଦର ଘନ କାଳିମା

ଇଞ୍ଚ ବନାନୀର ହେଟାବାଘ ମାନଙ୍କର ଦୌଡରେ

ପାର୍ବତ୍ୟ ଝରଣାରେ ଅବସାଦର ଅପସ୍ମାତ

ପ୍ରେରଣାର ଚିରନିର୍ଝରିଣୀ ଉତ୍ସରେ ବାଲି ବସ୍ତାର

ପାହାଚ

ମଧୁକ୍ଷରା ସୁରଭି କ୍ଷଣ କ୍ଷଣକେ ଆନ

ଏକ ଅଜଣା ଆତଙ୍କର ଶିହରିତ, ରୋମାଞ୍ଚିତ

ଜନତା

ଅସୁରକ୍ଷିତ ମାତୃତ୍ବ ଅବର୍ଣ୍ଣନୀୟ ଜନନୀ ଯନ୍ତ୍ରଣା

ଅପୁଷ୍ଟିକର ଖାଦ୍ୟ ଅପହଞ୍ଚ ଇଲାକାର ଅଧୀଶ୍ୱର

ସାତରୁ ସତୁରୀ- ଅଲାଜୁକ ସାବଧାନ

ପରକୀୟ ପ୍ରୀତି ପରେ ଶବ ସହ ସହବାସ

ସେକ୍ସ ଭିଡିଓ ଭାଇରାଲ- କଳୁଷିତ,ତିଙ୍ଗଧମୟ

ଚିନ୍ତାଧାରା

ସୈତିକତା ଯହିଁ ସୁଦୂର ପରାହତ- ନୀତିଶିକ୍ଷା

ଅପ୍ରାସଂଗିକ

ସଂପର୍କର ପରିଭାଷା ପରିବର୍ତ୍ତି ପ୍ରଦୂଷିତ

ଫଗୁ ପ୍ରଶାସନ, ଘୁଣଧରା ବ୍ୟବସ୍ଥା- ମାନବୀୟ

ପ୍ରହସନ

ଆକ୍ଷେପ ଓ ପ୍ରକ୍ଷେପର ଲୁଚକାଳି ଖେଳରେ ଦିଗହରା

ସମାଜ

ଆର୍ଥିକ ଅସମାନତା, ବିଦ୍ବେଷଗ୍ରସ୍ତ ମାନସିକତା

ହେ ମୃତ୍ୟୁ ! ଆସ ତୁମେ ନେଇଯାଅ ମତେ

ସୃଜନଶୀଳତାର ଭିନ୍ନ ଏକ ଦିଗ୍ୟତରେ

ଏ ଭଉଁରୀରୁ- ଏକାକାର କରିଦିଅ ମତେ ଅନ୍ୟତ

କିଆରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics